କଟକ ସଦର,୦୪/୧୨/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା) -କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ପୋଖରୀହୁଡା ର ଫଜିଲନ ଵିଵିଙ୍କ ବୋହୂ ନସରିନ୍ ପରୱ୍ୟିନ ଅଢ଼େଇ ବର୍ଷର ଶିଶୁ କନ୍ୟା ଓ ଟଙ୍କା ପଇସା, ଅଳଙ୍କାର ନେଇ ଘରୁ ପଳାଇଯାଇ ଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ସ୍ୱାମୀ ଆଜାଦ୍ ଖାଁ ବାଙ୍ଗାଲୋରରେ ରହି କାର୍ଯ୍ୟ କରୁଥିବା ବେଳେ ଘରେ ଶାଶୁ ଫଜଲିନ ଵିଵି ଓ ଶିଶୁ କନ୍ୟା ସହ ନସରିନ୍ ପରୱ୍ୟିନ ରହୁଥିଲେ।
ହେଲେ ନିଖୋଜ ହେବା ରାତିରେ ଶାଶୁ ଶୋଇଥିବା ଘର କଵାଟର ବାହାର ପଟୁ ଜଞ୍ଜିର ଦେଇ ନସରିନ୍ କେଉଁଆଡ଼େ ପଳାଇଯାଇଥିଲେ। ଏଥିପାଇଁ ଥାନା ରେ ହୋଇଥିବା ଅଭିଯୋଗକୁ ଏକମାସ ରୁ ଉର୍ଦ୍ଧ୍ବ ହୋଇ ଥିବା ବେଳେ ନିଖୋଜ ନସରିନ୍ ଓ ଶିଶୁ କନ୍ୟା ର ସନ୍ଧାନ ମିଳିପାରି ନାହିଁ। ଏଥିପାଇଁ ଘରେ ଏକୁଟିଆ ଥିବା ବୃଦ୍ଧା ଶାଶୁ ଫଜଲିନ ଵିଵି ଆଶା ଆଶଙ୍କାରେ ରହିଛନ୍ତି। ଏଥିପ୍ରତି ପୋଲିସ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାଵି ହେଉଛି।
