କେନ୍ଦ୍ରାପଡ଼ା,୦୩/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ପଂଚାୟତର ସାହସପୁର ଗ୍ରାମର ଶତାୟୁ ସ୍ୱର୍ଗତ ଶ୍ରୀଧର ମହାପାତ୍ରଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ସାହସପୁରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ସରଳ ନିଷ୍ଠାପର ନ୍ୟାୟବନ୍ତ ଓ ବିଚାରବନ୍ତ, ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କ ସରଳ ଜୀବନ ଯାପନ ଓ ଅମାୟିକ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରୁଥିଲା ।
ଏହି ସ୍ମୃତିଚାରଣ ସଭାରେ ପଦ୍ମଲୋଚନ ମହାପାତ୍ର, ଅଧ୍ୟାପକ ଖଗେଶ୍ୱର ମହାପାତ୍ର, ବିଶିଷ୍ଟ ଆଗ୍ନିକ ସେବାକାରୀ ହରେକୃଷ୍ଣ ମହାପାତ୍ର, କାଳୀ ଚରଣ ମହାପାତ୍ର, ସଚ୍ଚିଦାନନ୍ଦ ମହାପାତ୍ର (ଚିକୁ ), ଦୀପକ କୁମାର ମହାପାତ୍ରଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।
