ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ।

ଯାଜପୁର ୦୩/୧୨/୨୦୨୫ (ଓଡ଼ିଶା ସମାଚାର)-  ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଜିଲ୍ଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଦଶରଥପୁର ବ୍ଲକ୍ ଅକରପଡା ଗ୍ରାମପଞ୍ଚାୟତ ପରିସରରେ ପ୍ରାଧିକରଣ ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପ୍ରାଧିକରଣ ର ସଚୀବ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ ଵରିଷ୍ଠ ଦେଓ୍ଵାନୀ ବିଚାରପତି ସତ୍ୟପ୍ରକାଶ ରାୟ ଚୌଧୁରୀ ଯୋଗଦେଇ ଭିନ୍ନକ୍ଷମ ବ୍ୟକ୍ତି କାହାର ଦୟାର ପାତ୍ର ନୁହଁନ୍ତି ବୋଲି କହିଲେ।ସେମାନେ ଗୋଟିଏ ପଟେ ଅକ୍ଷମ ଥିଲାବେଳେ ଅନ୍ୟପଟେ ସକ୍ଷମ ।

ସେମାନେ କିପରି ମର୍ଯ୍ୟାଦାର ସହ ଵଞ୍ଚିଵେ ଓ ତାଙ୍କ ସକ୍ଷମତା ଆଧାର କରି ସରକାରୀ ସ୍ତରରେ ନାନା ପ୍ରକାର ପଦକ୍ଷେପ ନିଆଯାଉଛି ।ସେମାନଙ୍କୁ  ବିନା ମୂଲ୍ୟରେ ଆବଶ୍ୟକ ସ୍ଥଳେ କିପରି ଆଇନଗତ ସହାୟତା  ଡିଏଲ୍ଏଏସ ମାଧ୍ୟମରେ ଯୋଗାଇ ଦିଆଯାଉଛି ସେଵିଷୟରେ ଆଲୋକପାତ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ଚଳିତ ବର୍ଷର ଅନୁଚିନ୍ତା ସାମାଜିକ ପ୍ରଗତିକୁ ଆଗେଇ ନେବା ପାଇଁ ଏକ ଭିନ୍ନକ୍ଷମ ଅନ୍ତର୍ଭୁକ୍ତି ଯୋଜନାକୁ ପ୍ରୋତ୍ସାହିତ କରିବା ବିଷୟ ସହ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କାର୍ଯ୍ୟକାରୀ ହେଉଥିବା ଵିଵିଧ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଵା।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଚିକିତ୍ସାଧିକାରୀ  ଡାକ୍ତର ରଶ୍ମିରଞ୍ଜନ ସାହୁ ଗୃହୀତ ୨୧ ପ୍ରକାର ଭିନ୍ନକ୍ଷମ ଅବସ୍ଥା ,ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟା ସହିତ ସ୍ବାସ୍ଥଵିଭାଗ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ସମ୍ଵନ୍ଧରେ ବର୍ଣ୍ଣନା  କରିଥିଲେ ।ସ୍ଥାନୀୟ ସରପଞ୍ଚ ଭାରତୀ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧିବକ୍ତା ଲିପ୍ସିତା ରାଉତରାୟ  ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ୍ଵାର୍ଡ ସଭ୍ୟ ସଭ୍ୟା ଓ ପ୍ରାଧିକରଣ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *