କିଶନନଗର କଲେଜରେ ବିଶ୍ଵ ଏଡ୍ସ ଦିବସ ପାଳନ, ସଚେତନତା ରାଲି

କଟକ ସଦର, ୦୧/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶ୍ଵ ଏଡ୍ସ ଦିବସ ଅବସରରେ ଆଜି ସୋମବାର ଦିନ କଟକ ସଦର ଅନ୍ତର୍ଗତ କିଶନନଗର କଲେଜରେ ଯୁବ ରେଡକ୍ରସ୍ ୟୁନିଟ୍ ପକ୍ଷରୁ ଏଡ୍ସ ଦିବସ ପାଳନ ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ପ୍ରଫେସର ସଂଜିବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏଵଂ ପ୍ରଶାସନିକ ଅଧିକାରୀ ଡ଼ଃ ଅନାଦି ଚରଣ ବରାଳଙ୍କ ସଂଯୋଜନା ରେ ଆୟୋଜିତ ‘ ବାଧାବିଘ୍ନ ଅତିକ୍ରମ ଓ ଏଡ୍ସ ପ୍ରତିକ୍ରିୟାର ରୂପାନ୍ତର’ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍ ଡି ସାଦିକ ଅଲ୍ଲୀ, ଡ଼ଃ ବିଜୟ କୁମାର ମଲ୍ଲିକ, ଡ଼ଃ ବିନୟ ଭୂଷଣ ମହାପାତ୍ର, ଅଧ୍ୟାପିକା ଵିଦିଶା ବେହେରା, ଅଧ୍ୟାପକ ତୁଷାର କାନ୍ତ ଦେହୁରୀ ଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *