ରାଜ୍ୟସ୍ତରୀୟ ଓଡ଼ିଶା ଶିକ୍ଷା ରତ୍ନ ସମ୍ମାନ – ୨୦୨୬

୯୮ କୃତୀ ଶିକ୍ଷକଶିକ୍ଷୟତ୍ରୀ ସମ୍ମାନିତ
ଭୁବନେଶ୍ୱର,୧୫/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶା ଅଭିଭାବକ ସଂଘ ଓ ରୋଟାରୀ କ୍ଲବ ର ମିଳିତ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନ,ଭୁବନେଶ୍ୱର ଠାରେ ମୁଖ୍ୟ ଅତିଥି ଡକ୍ଟର ଜଷ୍ଟିସ ବି ଆର ସରଙ୍ଗୀ ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟଙ୍କ ଉପସ୍ଥିତିରେ ଓଡ଼ିଶା ଶିକ୍ଷା ରତ୍ନ ସମ୍ମାନ -୨୦୨୬ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଓଡ଼ିଶାର ୧୭ ଟି ଜିଲା ରୁ ୯୮ ଜଣ କୃତୀ ପ୍ରତିଭାଶାଳୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମାନପତ୍ର ସହିତ ସ୍ମୁତିଫଳକ ଦେଇ ସମ୍ମାନିତ କରାଯାଇଥିଲା ।

ଏଥିରେ ସମ୍ବଲପୁର ଜିଲାର ପ୍ରମୋଦ କୁମାର ପ୍ରଧାନ,(ନାକଟିଦେଉଳ ବ୍ଲକ୍),ପ୍ରଶାନ୍ତ କୁମାର ଦାଶ (କୁଚିଣ୍ଡା ବ୍ଲକ୍),ମନୋଜ କୁମାର ନାୟକ( ରେଙ୍ଗାଲି ବ୍ଲକ୍) ଓ ଧ୍ରୁବ ଚରଣ ରୋହିଦାସ (ମାନେଶ୍ୱର ବ୍ଲକ୍) ରାଜ୍ୟ ସ୍ତରରେ ” ଓଡ଼ିଶା ଶିକ୍ଷା ରତ୍ନ ସମ୍ମାନ -୨୦୨୬” ରେ ସମ୍ମାନିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ତଥା ପୂର୍ବତନ ପୋଲିସ କମିଶନର ମୁମ୍ବାଇ ଅରୂପ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ଦାଶ,ବରିଷ୍ଠ ଓକିଲ ସର୍ବୋଚ୍ଚ ନ୍ୟାୟାଳୟ ,ନୂଆଦିଲ୍ଲୀ,ଅବନୀ ସାହୁ,ଅଭିଷେକ ମିତ୍ର,ସଭାପତି ରୋଟାରୀ କ୍ଲବ୍ ଭୁବନେଶ୍ୱର,ଅଭିଷେକ ଖେମକା,ସମ୍ପାଦକ ରୋଟାରୀ କ୍ଲବ୍ ଭୁବନେଶ୍ୱର ଓ ବାସୁଦେବ ଭଟ୍ଟ ସଭାପତି ଓଡ଼ିଶା ଶିକ୍ଷକ ମହାସଂଘ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *