ଖୋର୍ଦ୍ଧା, ୧୯/୧୧/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ରେ ବିଜୁ ଜନତା ଦଳର ସଂଗଠନ କୁ ଶଶକ୍ତ ଓ ଗତିଶୀଳ କରିବାପାଇଁ ଦୀର୍ଘ ସୂତ୍ରୀ କାର୍ୟ୍ୟକ୍ରମ ଆଧାରରେ ପ୍ରତି ପଞ୍ଚାୟତ ଭଳି କୁହୁଡି ଗ୍ରା.ପ. ର ପ୍ରତେକ ୱାର୍ଡ ର ବରିଷ୍ଠ ଯୁବ ଛାତ୍ର ଓ ମହିଳା ଙ୍କୁ ନେଇ ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଏହା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୃଷ୍ଠ ଭାଗରେ ଏହି ବୈଠକ ର ଆୟୋଜକ ଥିଲେ ପଞ୍ଚାୟତ ସ୍ତରୀୟ ଛାମୁଆ କର୍ମୀ ପୂର୍ବତନ ସରପଞ୍ଚ ବିପିନ ଉଦୟସିଂହ, ଅନାଦି ବିଶ୍ୱାଳ, ମାଧବ ପ୍ରଧାନ, ସୁବ୍ରତ ପ୍ରଧାନ ଏବଂ ପ୍ରଦୀପ ମହାରଣା । ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫ଟି – ତଥା ଆମ ଓଡିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ତ୍ୟାଗ, ନିଷ୍ଠା ଓ ଦୂରଦୁଷ୍ଟି ସମ୍ପନ୍ନ ଚିନ୍ତା ଓ ଚେତନା ଯୋଗୁ ଓଡିଶା ଏକ ବିକଶିତ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛି । ରୂପାନ୍ତରଣ କାର୍ୟ୍ୟକ୍ରମ ମାଧ୍ୟମରେ ଗାଁ ଠାରୁ ସହର ଯାଏ ନବୀନ ଓଡିଶା ର ମହାନ ଲକ୍ଷ ପୂରଣ ହୋଇପାରୁଛି । ଆମେ ସମସ୍ତେ ମିଳିମିଶି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ପୁନଃଶ୍ଚ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଗାଦିନାସୀନ କରିବାପାଇଁ ସମସ୍ତ ଘରକୁ ଯାଇ ସରକାର ଙ୍କ ଜନକଲ୍ୟାଣକାରି ଯୋଜନା କୁ ପହଞ୍ଚାଇବାକୁ ହେବ । ବୈଠକ ରେ ଦଳ ତଥା ସଂଗଠନ କୁ ମଜଭୂତ କରିବା ପ୍ରାକୃତିକ ବିପର୍ୟୟ ରୋଗରେ ପୀଡିତ ରୋଗୀ, ଅସହାୟ ବ୍ୟକ୍ତି ମାନଙ୍କୁ ନିଜସ୍ୱ ପାଣ୍ଠି ରୁ ସାହାର୍ୟ୍ୟ ସହଯୋଗ ର ହାତ ବଢ଼ାଇ ସେମାନଙ୍କ ସୁଖଦୁଃଖ ରେ ସହଭାଗୀ ହେଉଥିବା ଶ୍ରୀମତୀ ମହାପାତ୍ର ଙ୍କ ଦୃଢ ନେତୃତ୍ୱ ପଛରେ ସମସ୍ତେ ସଂଗଠିତ ହେବାପାଇଁ ଶପଥ ଗ୍ରହଣ କରିଥିଲେ ।