ବିଜୁ ଜନତା ଦଳ ପକ୍ଷରୁ ଆଇନ ପରାମର୍ଶଦାତା ନିଯୁକ୍ତି

କେନ୍ଦ୍ରାପଡ଼ା, ୦୨/୦୫/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଏବଂ ତତ୍ ଅଧିନ ୭ଗୋଟି ବିଧାନସଭା କ୍ଷେତ୍ର ପାଇଁ ଆଇନଜୀବୀମାନଙ୍କୁ ଆଇନ ପରାମର୍ଶଦାତା ତଥା ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେହି ଅନୁଯାୟୀ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ବରିଷ୍ଠ ଆଇନଜୀବୀ ତଥା ଜିଲଳ ବିଜେଡି ଲିଗାଲ୍ ଫ୍ରନ୍ଟର ସଭାପତି ଭୀମସେନ ଭୂୟାଁଙ୍କୁ ଆଇନ ପରାମର୍ଶଦାତା ତଥା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଲିଗାଲ୍ ଫ୍ରନ୍ଟର ଜିଲା କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଜେନା, ଆଳି ପାଇଁ ବୃନ୍ଦାବନ ନନ୍ଦ, ମହାକାଳପଡା ପାଇଁ ଗଗନ ବିହାରୀ ଜେନା, ରାଜନଗର ପାଇଁ ସୁଶୀଲ ଦାସ, ପାଟକୁରା ପାଇଁ ବ୍ରଜସୁନ୍ଦର ରାଉତ, ମାହାଙ୍ଗା ପାଇଁ ଜିତେନ୍ଦ୍ର କୁମାର ମହାନ୍ତି ଓ ସାଲେପୁର ବିଧାନସଭା କ୍ଷେତ୍ର ପାଇଁ ମାନସ କୁମାର ଦାସଙ୍କୁ ଆଇନ ପରାମର୍ଶଦାତା ତଥା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ନିଯୁକ୍ତି ନିମନ୍ତେ କେନ୍ଦ୍ରାପଡା ଜିଲା ବିଜେଡି ଲିଗାଲ୍ ଫ୍ରନ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍, ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ଜିଲା ପର୍ଯ୍ୟବେକ୍ଷକ ପ୍ରତାପ କୁମାର ଜେନା, ରାଜ୍ୟ ବିଜେଡି ଲିଗାଲ୍ ଫ୍ରନ୍ଟର ଆବାହକ ମିଲନ କାନୁନ୍ଗୋ ଓ ସଂଯୋଜକ ମନୋଜ ବର୍ମାଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି ।

Leave a Reply

Your email address will not be published. Required fields are marked *