ନୂଆପଡ଼ା ଶାନ୍ତି ଆନନ୍ଦ ଆଶ୍ରମ ଠାରେ ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ମହୋତ୍ସବ

କଟକ ସଦର, ୩୦/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ ନୂଆପଡ଼ା ଠାରେ ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଆଶ୍ରିତ ପରିବାର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିଵା ତିନି ଦିନିଆ ୩୨ ତମ ବାର୍ଷିକ ମହୋତ୍ସବ ଆଜି ରବିବାର ଦିନ ଉଦଯାପିତ ହୋଇଯାଇଛି।

ଏହି ଉପଲକ୍ଷେ ପ୍ରତ୍ୟହ ବିଶ୍ଵଶାନ୍ତି ମହାଯଜ୍ଞ,ଅଷ୍ଟମ ପ୍ରହରୀ ନାମ ଯଜ୍ଞ, ପ୍ରାଦେଶିକ ଭକ୍ତ ସମାବେଶ,ବିଶ୍ୱ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସାଧୁସନ୍ଥ ଯୋଗ ଦେଇଥିବା ବେଳେ ପରିଚାଳନାରେ ସଂଘ ପରିବାରର ପୂର୍ଣ୍ଣଚନ୍ଦ୍ର ସାହୁ,ନିଧି ରାଉତ,ଗୁରୁଦତ୍ତ କର, ସୁଦିପ୍ତ ମହାପାତ୍ର, ନଳିନୀକାନ୍ସତ ବିଶ୍ୱାଳ ଙ୍କ ସମସ୍ତ ଆଶ୍ରିତ ଶ୍ରଦ୍ଧାଳୁ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *