ଭୁବନ,୩୦/୧୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଅଞ୍ଚଳର ଯୁବ ଲେଖକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ ‘ବୟସର କୃଷ୍ଣଚୂଡ଼ା ‘ ଅନୁଷ୍ଠାନ ପକ୍ଷରୁ ଜ୍ଞାନଶ୍ରୀ ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଛି।
ଅନୁଷ୍ଠାନ ପକ୍ଷରୁ ଯାଜପୁର ଜିଲ୍ଲା ବର୍ତ୍ତମଣା ଗ୍ରାମରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇଂ ମୀନକେତନ ଦାଶ, ସମ୍ମାନୀତ ଅତିଥି ମାହାଙ୍ଗା-ବଡଚଣା ସାହିତ୍ୟ ପରିଷଦର ସଭାପତି କବି ଭକ୍ତ ଚରଣ ସାହୁ,ମୁଖ୍ୟ ବକ୍ତା ବ୍ୟଙ୍ଗ କବି ଡଃ ବୈରାଗୀ ଚରଣ ମଲ୍ଲିକ, ଗୀତାଶ୍ରୀ ମହାପାତ୍ର, ନିତ୍ୟାନନ୍ଦ ଦେଓ, ସ୍ନେହଲତା ଧୀର, ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟର ସଭାପତି ଗାଳ୍ପିକ ଆନନ୍ଦ କୁମାର ମାଇତି, ସମ୍ପାଦିକା କବି ଲକ୍ଷ୍ମୀପ୍ରିୟା ମାଇତି ପ୍ରମୁଖ ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ ସମ୍ମାନୀତ କରିଥିଲେ। ଭୁବନ ଅଞ୍ଚଳର ବହୁ କବି, ଲେଖକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
