ଉତମ ମା’ ହିଁ ସୁସ୍ଥ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହକରେ
ଭୁବନେଶ୍ୱର,୨୯/୧୧/୨୦୨୫ (ଓଡ଼ିଶା ସମାଚାର)- “ମାଆ ବିନା ମଣିଷର ଜୀବନ ଅଧୁରା । ମାଆ ହିଁ ମଣିଷକୁ ତିଆରି କରେ, ହାତ ଧରି ବଡ଼ କରେ । ମାଆକୁ ଅବହେଳା କଲେ ପରିବାର ଧ୍ୱଂସ ହେଇଯାଏ । ଜଣେ ଉତମ ମା’ ହିଁ ଉତମ ସନ୍ତାନ ଜନ୍ମ କରେ ଏବଂ ଏହା ସୁସ୍ଥ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ’ ବୋଲି ମନନଶୀଳ ପାରିବାରିକ ପତ୍ରିକା “ମଧୁଲିତା’ର ବିଂଶତମ ବାର୍ଷିକ ଉତ୍ସବରେ ଅତିଥିମାନେ ଏହିପରି ମତପୋଷଣ କରିଛନ୍ତି ।
ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବରିଷ୍ଠ କବି ଓ ସ୍ତମ୍ଭକାର ନିରାକାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିମାନେ ପତ୍ରିକାର”ବୋଉ’ ସଂସ୍କରଣର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ଉତ୍ସବକୁ ପ୍ରସିଦ୍ଧ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟାନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ବିଶିଷ୍ଟ ଲେଖକ ପଂଚାନନ କାନୁନଗୋ ଓ ଭୁବନେଶ୍ୱର ମେୟର ତଥା ପ୍ରାକ୍ତନ ଇଟିଭି ମୁଖ୍ୟା ସୁଲୋଚନା ଦାସ ଯୋଗଦାନକରି କହିଲେ “ମହିଳାମାନେ ଉତମ ଶିକ୍ଷା ଓ ସଂସ୍କାର ପ୍ରାପ୍ତ ହୋଇ ପାରିଲେ,ଉତମ ସମାଜ ଗଠନର ମୂଳଦୂଆ ପଡିପାରିବ ।’
ସେହିପରି ଆଇନଜୀବୀ ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା, ପ୍ରାକ୍ତନ ଇନକମ୍ ଟ୍ୟାକ୍ସ କମିଶନର ଶୋଭନ କର,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ, ସିବିଆଇର ପ୍ରାକ୍ତନ ଆଇନ ପରାମର୍ଶଦାତା ରାଜଶ୍ରୀ ମହାପାତ୍ର ଓ ଟିଭି ଆଙ୍କର ଓ ଲେଖିକା କଳ୍ପନା ମିଶ୍ର ଓ ମହିଳା ଉଦ୍ଯୋଗପତି ସ୍ୱାତୀ ମହାପାତ୍ର ସମ୍ମାନନୀୟ ଅତିଥିଭାବେ ଯୋଗଦାନ କରି ସୁସ୍ଥ ପରିବାର ଗଠନରେ ମହିଳାମାନଙ୍କ ଭୂମିକା ସଂପର୍କରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ପ୍ରତ୍ରିକାର ପ୍ରତିଷ୍ଠାତା ସମ୍ପାଦିକା ତଥା ସମାଜସେବୀ ମଧୁଲିତା ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ପ୍ରତ୍ରିକାର ପରିଚାଳନା ସଂପାଦିକା ତଥା ଗାଳ୍ପିକା ଅବନ୍ତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବି ସମ୍ମିଳନୀରେ କବୀ ଚାରୁଲତା ଭୂୟାଁ,କବୀ ମଧୁମିତା ମିଶ୍ର, ଗାଳ୍ପିକା ରଶ୍ମୀ ସାମଲ ସଂଯୋଜନା କରିଥିବାବେଳେ ଅନୁବାଦିକା ହରପ୍ରିୟା ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ ମାନପତ୍ର ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୧୬ ଜଣଙ୍କୁ ସମ୍ମାନିତ କରାଯାଇଥିଲା ।
ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ପତ୍ରିକା ସମ୍ପାଦକ ସମ୍ମାନ ବିମଳ ପତି, ଯୁବ ଲେଖିକା ସମ୍ମାନ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ଶ୍ରେଷ୍ଠ ଯୁବ ଗାଳ୍ପିକା ସମ୍ମାନ ଶ୍ୱେତପଦ୍ମା ପାଢ଼ୀ ତ୍ରିପାଠୀ, ଶ୍ରେଷ୍ଠ ମାଆ ସମ୍ମାନ ନମ୍ରତା ଚଢ଼ା, ଶ୍ରେଷ୍ଠ ସ୍ତମ୍ଭକାର ସମ୍ମାନ ଲଳିତେନ୍ଦୁ ପଲାଉରି, ଶ୍ରେଷ୍ଠ ପ୍ରଚ୍ଛଦ ସମ୍ମାନ ନଳିନୀ ମିଶ୍ର, ମଧୁଲିତା ପ୍ରବନ୍ଧ ସମ୍ମାନ ସୁନୀଲ ମିଶ୍ର, ମଧୁଲିତା ସ୍ୱାସ୍ଥ୍ୟସେବା ସମ୍ମାନ ଡାକ୍ତର ମୌସୁମୀ ଆଚାର୍ଯ୍ୟ, ଶ୍ରେଷ୍ଠ ଗଳ୍ପ ସମ୍ମାନ ପ୍ରଦେଶ ପ୍ରତ୍ୟୁଷ ଓ ସୁଦେଷ୍ଣା ଦାସ, ଶ୍ରେଷ୍ଠ କବିତା ସମ୍ମାନ ସରୋଜିନୀ ପାଣି ଓ ଚାରୁଲତା ଭୂୟାଁଙ୍କୁ ପ୍ରଦାନ କରାଯାଇଥିଲା ।
ଏହାଦ୍ବ୍ୟତୀତ ରମେଶ ଚନ୍ଦ୍ର ପଟ୍ଟନାୟକ ଓ ପ୍ରତାପ ବୀରବର ଶ୍ରୀଚରଣ ପୃଷ୍ଟିଙ୍କୁ ମଧୁଲିତା ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମ୍ମାନ ପ୍ରଦାନ କରାଯାଇଥିଲାବେଳେ ସୁପରହିଟ୍ ଯୋଡ଼ି ଭାବରେ ଦୁଇଟି ଦମ୍ପତି ପ୍ରତାପ ଜେନା ଓ ସଂଘମିତ୍ରା ଜେନା ଏବଂ ଲକ୍ଷ୍ମୀକାନ୍ତ ଚୌଧୁରୀ ଓ ରାଜଲକ୍ଷ୍ମୀ ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ବିଶିଷ୍ଟ କଙଋ ଶିଳ୍ପୀ ସାଗରିକା ପଟ୍ଟନାୟକ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ କୁନି ପ୍ରତିଭା ଅନିନ୍ଦିତା ମିଶ୍ର । ତାପରେ ସାବିତ୍ରୀବାଈ ଫୁଲେ ସଂଗଠନର ପିଲାମାନେ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ ।
