ଭୁବନ,୨୯/୧୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆମ ଗୌରବ , ଆମ କଲେଜ ଆନୁକୁଲ୍ୟରେ ପୁରାତନ ଛାତ୍ରୀ ସମ୍ମିଳନୀ ଓ ଆତ୍ମ ନିର୍ଭର ଭାରତ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟାପକ ନିରଞ୍ଜନ ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି ପୁରାତନ ଛାତ୍ରୀ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।
ପୁରାତନ ଛାତ୍ରୀ ମାନେ ହେଉଛନ୍ତି କଲେଜ ର ଗର୍ବ ଓ ଗୌରବ ଏବଂ ବର୍ତ୍ତମାନର ଛାତ୍ରୀଙ୍କ ପାଇଁ ମାର୍ଗଦର୍ଶକ । ସମାଜ ର ବିଭିନ୍ନ ସମସ୍ୟାର ସମାଧାନ କରିବାର ଗୁରୁତ୍ୱପୂର୍ଣ୍ଣ
ଭୂମିକା ପୁରାତନ ଛାତ୍ରୀ ମାନଙ୍କ ହାତରେ ରହିଛି ବୋଲି ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମତବ୍ୟକ୍ତ କରିଥିଲେ । ବିଦେଶୀ ଦ୍ରବ୍ୟର ବ୍ୟବହାର ସମ୍ପୂର୍ଣ ବନ୍ଦ କରି ସ୍ୱଦେଶୀ ଦ୍ରବ୍ୟ କିଣାକିଣି କରି ଆତ୍ମ ନିର୍ଭର ଭାରତ ନାରାବାଜି କୁ ସଫଳ କରିବାକୁ ଅଧ୍ୟାପିକା ଡଃ ମମତା ପାତ୍ର ଆହ୍ବାନ ଦେଇଥିଲେ ।
ପୁରାତନ ଛାତ୍ରୀ ମାନେ ନିଜର ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ମାନଙ୍କ ମଧ୍ୟରେ ସ୍ୱଦେଶୀ ଓ ବିଦେଶୀ ସାମଗ୍ରୀ ସମ୍ବନ୍ଧେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅଧ୍ୟାପିକା ପ୍ରମିଳା ଦାସ ଢେ଼ଙ୍କାନାଳ ରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ/ସାମଗ୍ରୀ ଓ ଏହାକୁ ବିକ୍ରି ବାରିବାକୁ ବଜାର ସୃଷ୍ଟି କରିବାକୁ ହେଲେ ଆମ୍ଭଙ୍କୁ ସ୍ୱଦେଶୀ ଦ୍ରବ୍ୟ କ୍ରୟ କରିବା ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
