କେନ୍ଦ୍ରାପଡ଼ା,୧୬/୦୮/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଜାତୀୟ ପତାକା ଉତୋଳନ କରି ଆମ ଦେଶକୁ କଷ୍ଟଲବ୍ଧ ସ୍ୱାଧୀନତା ଆଣିଦେଇଥିବା ସଂଗ୍ରାମୀ ଓ ସୂରୀମାନଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଏନସିସି ଅଫିସର କ୍ୟାପଟେନ ସୀମା ମହାନ୍ତି ଓ ସତ୍ୟରଞ୍ଜନ ମିଶ୍ର, ଅଧ୍ୟାପକ ବିଶ୍ୱରଞ୍ଜନ ପୁହାଣ, ଡ.ଦୀପ୍ତି ରାୟ, ରମାନାଥ ମହାନ୍ତି, ଗୌରପ୍ରସାଦ ଷଡଙ୍ଗୀ, ଅଚୁ୍ୟତାନନ୍ଦ ମହାରଣା, ରତ୍ନମଞ୍ଜରୀ ଦାଶ, ବିକାଶ କୁମାର ନାୟକ, ପ୍ରମୋଦ କୁମାର ବେହେରା, ପ୍ରତିଭାରାଣୀ ଦ୍ୱିବେଦୀ, ମନୀଷାକାନ୍ତୀ ଜେନାଙ୍କ ସମେତ ଏନସିସି କ୍ୟାଡେଟ(ବାଳକ,ବାଳିକା) ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
