ଭୁବନେଶ୍ୱର,୨୮/୧୧/୨୦୨୫ (ଓଡ଼ିଶା ସମାଚାର)- ବିକଳ୍ପ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଓ ମହିଳା ଆତ୍ମନିର୍ଭର ଅଭିଯାନ ଓ ଲୁଥେରାନ ୱାର୍ଲଡ଼ ସର୍ଭିସ ଇଣ୍ଡିଆ ଟ୍ରଷ୍ଟ ମିଳିତ ସହଯୋଗରେ ଏକ ଦିନିକିଆ ଘରୋଇ ସହାୟିକାଙ୍କ ସମସ୍ୟା ଓ ସମାଧାନ ସମ୍ପର୍କିତ ରାଜ୍ୟ ସ୍ଥରୀୟ ବିଚାର ବିମର୍ଶ ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ୟ୍ୟକ୍ରମରେ ଅତିଥି ବକ୍ତା ରୂପେ ପୂର୍ବତନ ଭିନ୍ନକ୍ଷମ ଓ ସଶକ୍ତିକରଣ ଆୟୋଗ ଅଧ୍ୟକ୍ଷା ଡ. କସ୍ତୁରୀ ମହାପାତ୍ର, ଟ୍ରେଡ଼ ୟୁନିଅନ ନେତା ଶ୍ରୀ ମହେନ୍ଦ୍ର ପରିଡା, ପୂର୍ବତନ ମହିଳା କମିଶନ ସଦସ୍ୟା ଶ୍ରୀମତୀ ସ୍ନିଗ୍ଧାରାଣୀ ପାଣିଗ୍ରାହୀ ଓ ସ୍ନେହାଞ୍ଜଳି ମହାନ୍ତି, ଓଡିଶା ନାଗରିକ ସମାଜର କାର୍ୟ୍ୟକାରୀ ଅଧକ୍ଷ ଇଂ ଲଳିତ ମୋହନ ପଟ୍ଟନାୟକ, ବରିଷ୍ଠ ଅଧିବକ୍ତା ଜୟନ୍ତ ଦାସ , ଓଡିଶା ଅଭିଭାବକ ମହାସଂଘ ର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ପମୁଖ ଯୋଗଦେଇ ଘରୋଇ ସହାୟିକା ମାନେ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।
ଉକ୍ତ ସମ୍ମିଳନୀରେ ଶତାଧିକ ଘରୋଇ ସହାୟିକା ଯୋଗଦାନ କରିବା ସହ ନିଜେ କେତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ସମସ୍ତଙ୍କ ସମୁଖରେ ବଖାଣିଥିଲେ । ନାୱ ଅନୁଷ୍ଠାନ ର ପ୍ରଜ୍ଞା ରଥ ଓଡିଶାରେ ଘରୋଇ ସହାୟିକା ଙ୍କ ସ୍ଥିତି ବିଷୟରେ ଏକ ତଥ୍ୟ ଭିତିକ ବିଷୟ ଉପସ୍ଥାପନା କରିଥିଲେ । ଶ୍ରୀ ପରିଡା ରାଜ୍ୟ ଓ ଦେଶ ରେ ପ୍ରଚଳିତ ବିଭିନ୍ନ ଶ୍ରମ ଆଇନ ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ, ଡ଼ କସ୍ତୁରୀ ମହାପାତ୍ର ଘରୋଇ ସହାୟିକା ଙ୍କ ଅଧିକାର ସମ୍ପର୍କରେ କହିବା ସହ ଉଭୟ କାମ ଦେଉଥିବା ଓ କାମ କରୁଥିବା ସମସ୍ତଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ ।
ମହିଳା ଆତ୍ମା ନିର୍ଭର ଅଭିଯାନ ର ଅଧ୍ୟକ୍ଷା ଡ଼ଃ ରୀନା ରାଉତରାୟ ଉଦଘାଟନ କାର୍ୟ୍ୟକ୍ରମକୁ ପୌରାହିତ୍ୟ କରିଥିବା ବେଳେ ମାନବାଧିକାର ପ୍ରବକ୍ତା ମନୋଜ ଜେନା କାର୍ୟ୍ୟକ୍ରମକୁ ସଂଚାଳନ କରିଥିଲେ । ପରିଶେଷରେ ବିକଳ୍ପର ଟ୍ରଷ୍ଟି ମାୟାଧର ରଥ ସମ୍ମିଳନୀର ନିର୍ୟ୍ୟାସ ଓ ଆଗାମୀ କାର୍ୟ୍ୟପନ୍ଥା ବିଷୟରେ ସୂଚନା ଦେଇଥିଲେ । ଲୁଥେରାନ ବିଶ୍ୱ ସେବା ସଂସ୍ଥା ର ଭୁବନେଶ୍ୱର ପ୍ରକଳ୍ପ ସଂଯୋଜିକା ବେବି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ୟ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ କହିଥିଲେ ଓ ଗୀତାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ସଦସ୍ୟମାନେ ଏଥିରେ ନିଜ ନିଜର ମତାମତ ରଖିଥିଲେ ।
