ଆଗକୁ ଶୁଦ୍ଧ ଅକ୍ସିଜେନ୍ ମହଙ୍ଗା ପଡ଼ିବ !
ଭୁବନେଶ୍ୱର,୨୮/୧୧/୨୦୨୫ (ଓଡ଼ିଶା ସମାଚାର)- ଆଗକୁ ଶୁଦ୍ଧ ଅକ୍ସିଜେନ୍ ମହଙ୍ଗା ପଡ଼ିବ ! ସମୟ ଆସିବ ଦିଲ୍ଲୀ, ମୁମ୍ବାଇ ଭଳି ସହରରେ ଯେପରି ଅକ୍ସିଜେନ୍ ପାର୍ଲର ମାନ ଖୋଲି ଅକ୍ସିଜେନ୍ ବିକ୍ରି ଚାଲିଛି ଠିକ୍ ସେହିପରି ଓଡ଼ିଶାରେ ମଧ୍ୟ ଅକ୍ସିଜେନ୍ ବିକ୍ରି ହେବାକୁ ଆଉ ବେଶୀ ଦିନ ଲାଗିବ ନାହିଁ ବୋଲି ସାମାଜିକ ଅନୁଷ୍ଠାନ ସବୁଜ ଭାରତର ୧୩ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଜଳବାୟୁ ପରିବର୍ତନ ଓ ଯୁବ ସମାଜର ଦାୟିତ୍ୱ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇଥିବା ଅତିଥିମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଜୟଦେବ ଭବନ ପରିସର ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ରୂପେ ବିଧାୟକ ସୁଶାନ୍ତ କୁମାର ରାଉତ, ଓଡ଼ିଶା ନାଗରିକ ସମାଜର ସଭାପତି ଲଳିତ ମୋହନ ପଟ୍ଟନାୟକ, ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
