ଯାଜପୁର ୨୪/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡିଶା ଉଚ୍ଚ ନ୍ୟାୟଳୟ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣ, ଯାଜପୁର ପକ୍ଷରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆଇନ ସେବା ପ୍ରାଧିକରଣ ଅନ୍ତର୍ଗତ ଜ଼ିଲ୍ଲାର ବିଭିନ୍ନ ବିଦ୍ୟାଳୟର ସପ୍ତମ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ଼ିଲ୍ଲା ସିଭିଲ କୋର୍ଟ ପରିସରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଜ଼ିଲ୍ଲା ଏବଂ ଦୌରାଜଜ ତଥା ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ଅଧକ୍ଷତାରେ ହୋଇଥିବା ବେଳେ ରେଜିଷ୍ଟାର, ଶ୍ରୀଯୁକ୍ତ ମାନସ ରଞ୍ଜନ ସାମନ୍ତରାୟ, ବରିଷ୍ଠ ଦେୱାନୀ ବିଚାରପତି, (ଏଲ.ଆର ଏବଂ ଏଲ. ଟି. ଭି) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଦେୱାନୀ ବିଚାପତି, ସୁନିତା ବିଶ୍ୱାଳ, ଜେ.ଏମ.ଏଫ. ସି, ମିସ ବୀଣାପାଣି ତାଣ୍ଡି ଯୋଗ ଦେଇ ପ୍ରତିଯୋଗିତା କୁ ସହଯୋଗ କରିଥିଲେ ।
ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରେ ସପ୍ତମ ରୁ ଦଶମ ଶ୍ରେଣୀରେ ପଢୁଥିବା ୩୭ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ପ୍ରାଧିକରଣର ଅଧକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦ ସମସ୍ତ ପ୍ରତଯୋଗୀ ଛାତ୍ରଛାତ୍ରୀ ଙ୍କୁ ସ୍ଵନ୍ତାନମୂଳକ ପୁରସ୍କାର ଏବଂ ଅଂଶଗ୍ରହଣ ପ୍ରଣାମପତ୍ର ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଚିତ୍ର ଗୁଡିକକୁ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ପଠାଯିବ ବୋଲି ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।
