୪୫ ମିନିଟରେ ଜିଲ୍ଲାପାଳ ପଳାଇଲେ,ଲୋକେ ନିରାଶ,ଜିଲ୍ଲାପାଳଙ୍କ ଉପରୁ ଆସ୍ଥା ହରାଉଛନ୍ତି ଜନସାଧାରଣ
କଟକ ସଦର,୨୪/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ରେ ଆଜି ସୋମବାର ଥିଲା କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ। ହେଲେ ଜିଲ୍ଲାପାଳ ମାତ୍ର ୪୫ ମିନିଟ ଶିବିରରେ ରହି ପଳାଇଯାଇ ଥିବାରୁ ଲୋକମାନେ ନିରାଶ ହୋଇଥିଲେ। ସେଥିରେ ପ୍ରଚାର ପ୍ରସାର ଅଭାବରୁ ଅଭିଯୋଗ ପାଇଁ ଲୋକମାନେ ଆସିନଥିବାରୁ ମାତ୍ର ୪୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ଜଣାପଡିଛି।

ଏଥିପାଇଁ ଜିଲ୍ଲାପାଳଙ୍କ ଉପରୁ ଜନସାଧାରଣଙ୍କ ଆସ୍ଥା କମିଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧ ତାରିଖରେ କିଶନନଗର ତହସିଲରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ରେ ଜିଲ୍ଲାପାଳ ମଧ୍ୟ ମାତ୍ର ୪୫ ମିନିଟ୍ ରହି ପଳାଇଯିବାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା।
ଆଜିର ଏହି ଶିବିର ରେ କଟକ କମିଶନରେଟ ଡିସିପି ଖିଲାରି ଡି ରିଶିକେଶ, ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ, କଟକ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଟିକେ ,କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅତିରିକ୍ତ ଏସପି ପ୍ରଦୀପ କୁମାର ସାହୁଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇଥିଲେ। ଶିଶିର ପରିଚାଳନା ରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସିପି କୃଷ୍ଣ ଚନ୍ଦ୍ର ସେଠୀ,ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
