ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର,୨୩/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭୁବନେଶ୍ୱରସ୍ଥିତ ଜିଲ୍ଲା ଦୌରାଜଜ୍‌ ଙ୍କ ଅଦାଲତ ପରିସରରେ  ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।  ଓଡ଼ିଶା ରାଜ୍ୟ ଉଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ରାଜ୍ୟ ଆଇନ୍‌ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି । ସଂପ୍ରତି ଶିଶୁ ଦିବସ-୨୦୨୫ ପାଳନ ପରିପ୍ରେକ୍ଷୀରେ ଏହା ଅନୁଷ୍ଠିତ ହୋଇଛି । ସେହିପରି ଏହି ପ୍ରତିଯୋଗିତା ଜିଲ୍ଲାର ଅନ୍ୟ ବିଚାର ବିଭାଗୀୟ ଅଦାଲତ ପରିସର ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ବେଗୁନିଆଠାରେ ମଧ୍ୟ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜନ କରାଯାଇଛି ।

ଉକ୍ତ ପ୍ରତିଯୋଗିତାରେ ଜିଲ୍ଲା ଓ ଦୌରାଜଜ୍‌ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଭୁବନେଶ୍ୱର ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତାକୁ ଉଦ୍‌ଯାପନ କରିଥିଲେ । ଅନ୍ୟତମ ବିଚାରପତି ଅତିରିକ୍ତ ଜିଲ୍ଲାଜଜ୍‌ ଶ୍ରୀ ହିମାଂଶୁ ଶେଖର ମଲ୍ଲିକ, ସବ୍‌ଜଜ୍‌ ବେଦପ୍ରକାଶ, ରେଜିଷ୍ଟ୍ରାର ସବ୍ୟସାଚୀ ପ୍ରଧାନ, ବରିଷ୍ଠ ସବ୍‌ଜଜ୍‌ ଅରୂପ କୁମାର ନାୟକ, ସଚିବ ସଲୋମି ସାହୁ, ସୋମେଶ୍‌ ସୌମ୍ୟଜିତ ପଣ୍ଡା, ସ୍ୱଦେଶ ତ୍ରିପାଠୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌, କୋର୍ଟ ମ୍ୟାନେଜର ଶଶୀକାନ୍ତ ପ୍ରଧାନ, ପ୍ରତିପକ୍ଷ ଓକିଲ ନବୀନ ମହାପାତ୍ର, ଦୀପ୍ତିମୟୀ ପଣ୍ଡା, ଓଁକାର ମିଶ୍ର, ଶସବିନ୍ଦୁ ବେହେରା, ଦେବାଶିଷ ଦାସ, ବିଶ୍ୱଜିତା ଦାସ, ମମତା ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା କରିଥିଲେ । ଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ସାର୍ଟିଫିକେଟ୍‌ ଏବଂ ପୁରସ୍କାର ବିତରଣ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ସଚିବ ସଲୋମୀ ସାହୁ ସମସ୍ତ ପଦାଧିକାରୀ, ଅଭିଭାବକବୃନ୍ଦ ଏବଂ ସର୍ବୋପରି କୋର୍ଟ କର୍ମଚାରୀ, ଆଇନସେବା ପ୍ରାଧିକରଣଙ୍କ କର୍ମକର୍ତ୍ତା ଏବଂ ଉପସ୍ଥିତ ସାଧାରଣ ଜନତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *