ସାଂସଦ ଖେଳ ମହୋତ୍ସବ : ଫୁଟବଲ ଉଦଯାପନୀ ରେ ଯୋଗଦେଲେ ସାଂସଦ ଭର୍ତୃହରି ମହତାବ 

କଟକ ସଦର, ୨୩/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଲୋକସଭା ସଂସଦୀୟ କ୍ଷେତ୍ର କଟକ ସଦର ନିର୍ବାଚନମଣ୍ଡଳୀ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ର ଫୁଟବଲ ମ୍ୟାଚ କିଶନନଗର ଠାରେ ଗତକାଲି ଶନିବାର ଆରମ୍ଭ ହୋଇ ଆଜି ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ୧୬ ଟି ପଞ୍ଚାୟତ ର ଫୁଟବଲ ଟିମ୍ ଅଂଶଗ୍ରହଣ କରିଥିଲେ । ଫାଇନାଲ ରେ ଦଧିବାମନପୁର ପଞ୍ଚାୟତ କୁ ଟାଇଵେ୍ରକର ରେ ହରାଇ ଵୋଧପୁର ପଞ୍ଚାୟତ ଚମ୍ପିୟାନ ହୋଇଥିଲା।

ଏହି ଉପଲକ୍ଷେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏଵଂ ଇଂ ସେଠୀ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଖେଳ ମହୋତ୍ସବ ର ପୁରସ୍କାର ବିତରଣ ସଭାରେ କଟକ ସାଂସଦ ଭର୍ତୃହରି ମହତାବ ଯୋଗ ଦେଇ ବିଜେତା ଓ ଉପ ବିଜେତା ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ନିର୍ବାଚନ ମଣ୍ଡଳୀ ସାଂସଦ ଖେଳ ମହୋତ୍ସବ ର ସଂଯୋଜକ କ୍ରୀଡ଼ାଵିତ୍ ସମୀର ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରମା ପ୍ରସାଦ ବିଶ୍ୱାଳ,ସାଧୁ ଚରଣ ଜେନା, ସମୀର କୁମାର ପଣ୍ଡା,ହୃଷିକେଶ ଜେନା, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *