କେନ୍ଦ୍ରାପଡ଼ା, ୨୨/୧୧/୨୦୨୫(ଓଡ଼ିଶା ସମାଚାର)- ସମାଜସେବୀ ଡ. ପ୍ରତାପ ଚନ୍ଦ୍ର ଦାସଙ୍କୁ ଅଟ୍ଟଳ ଓଡିଶା ଆଇକନ୍ ଆୱାର୍ଡ- ୨୦୨୫ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅଟ୍ଟଳ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡା ମାଟିର ପୁଅ ଆଇନଜୀବୀ ଡ. ପ୍ରତାପ ଦାସଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ଅଟ୍ଟଳ ସ୍ମୃତି କମିଟି ସଭାପତି ପ୍ରହଲ୍ଲାଦ ଖଣ୍ଡେଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଓ ସମ୍ମାନିତ
ଅତିଥି ଭାବେ ପୂର୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ,ସ୍ମୃତି କମିଟି କନଭେନର ଚିତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସମାଜସେବୀ ଡ. ପ୍ରତାପ ଦାସଙ୍କୁ ଭାରତରତ୍ନ ଅଟ୍ଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତି, ମାନପତ୍ର ଓ ଉପଢୌକନ ପ୍ରଦାନ କରି ଅଟ୍ଟଳ ଓଡିଶା ଆଇକନ୍ ଆୱାର୍ଡ- ୨୦୨୫ରେ ସମ୍ମାନିତ କରିଥିଲେ ।
ସମାଜସେବୀ ଡ. ଦାସଙ୍କ ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମ୍ବାଦିକତା, ସାହିତ୍ୟ, ଚିତ୍ରକଳା, ସଂସ୍କୃତି ଓ ବୃତିଗତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଆୱାର୍ଡ ମିଳିବା ପରେ ଡ. ଦାସଙ୍କୁ ବିଭିନ୍ନ କ୍ଷେତ୍ରରୁ ଶୁଭେଛାର ସୁଅ ଛୁଟିଛି ।
