ପାଟକୁରା ୨୧/୧୧/୨୦୨୫ (ଓଡିଶା ସମାଚାର )-ଆଜି ଉତ୍କଳ କେଶରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ରାଷ୍ଟ୍ର ନୀତିଜ୍ଞ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଟକୁରା କନ୍ହେଇଲାଲ ଜୀଉ ଛକରେ ପାଳିତ ହୋଇଯାଇଛି । ତାଙ୍କ ସ୍ମୃତିରେ କହ୍ନେଇଲାଲଜୀଉ ମନ୍ଦିର ଓ ପାରେଶ୍ୱର ମନ୍ଦିର ନିକଟରେ ନାମ ସଙ୍କିର୍ତନ କରାଯାଇଥିଲା ।
ମହାତାବ ଜୟନ୍ତୀ କମିଟି ସଭାପତି ସାମ୍ବାଦିକ ସୁବାସ ଚନ୍ଦ୍ର ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ଡକ୍ଟର ହିମାଂଶୁ ଭୂଷଣ ଷଢଙ୍ଗୀ, ପୂର୍ବତନ ରାଜ୍ୟ ବିଜେଡି ସମ୍ପାଦକ ରବି ସାମଲ, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାଶ, ସାମ୍ବାଦିକ ସୁବାସ ଚନ୍ଦ୍ର ଖୁଣ୍ଟିଆ, ସମାଜ ସେଵୀ ନରୋତମ ପରିଡା,ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, ଶିକ୍ଷାବିତ୍ ମାଳୟ କୁମାର ପାଣି, ସାମ୍ବାଦିକ ରବୀନ୍ଦ୍ର ନାଥ ବାରିକ ପ୍ରମୁଖ ଡକ୍ଟର ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ମହାନ ରାଷ୍ଟ୍ର ନୀତିଜ୍ଞଙ୍କ ସ୍ମୃତିଚାରଣ କରିଥିଲେ ।
ଶ୍ରଦ୍ଧାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ସାମ୍ବାଦିକ ଯଶୋବନ୍ତ ପାତ୍ର, ବାପୁଜୀ ମିଶ୍ର, ସାମ୍ବାଦିକ ସୁବାଷ ସାମଲ, ସାମ୍ବାଦିକ ବିଚିତ୍ର ମୋହନ ପଟନାୟକ, ସାମ୍ବାଦିକ ଶିବପ୍ରସାଦ ପରିଜା,ସମାଜସେବୀ ଭଗବାନ ଜେନା, ଶିକ୍ଷାବିତ ପ୍ରମୋଦ କୁମାର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ରୀନାବାଳା ମହାନ୍ତି,ଶିକ୍ଷାବିତ୍ ରଂଜିତ କୁମାର ମହାନ୍ତି, ସାମ୍ବାଦିକ ଗୋକୁଳାନନ୍ଦ ପରିଜା, ଭାଜପା ନେତା ଚିତ୍ତରଞ୍ଜନ ଚୌଧୁରୀ,ପ୍ରକୃତି ବନ୍ଧୁ ଉଦୟ ନାଥ ଚୌଧୁରୀ,ଭିକାରି ମହାନ୍ତି, ସମାଜସେଵୀ ଶିଶିର ପରିଡା, ସମାଜସେବୀ ଧ୍ରୁବ ଚରଣ ସାହୁ,ଶଙ୍କର ସ୍ୱାଇଁଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।. କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ଅନମୁଲ ଖୁଣ୍ଟିଆ, ସୁରେଶ ଚନ୍ଦ୍ର ଖୁଣ୍ଟିଆ, ବିସ୍ମୟ ପ୍ରକାଶ ଖୁଣ୍ଟିଆ ।
