ଭୁବନେଶ୍ୱର, ୨୭/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍ଆଇ) ପକ୍ଷରୁ ଏହାର ୧୨ତମ ଦୀକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବରେ ସମାରୋହରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ମୂଲ୍ୟବୋଧ ସାମାଜିକ ନେତୃତ୍ୱ ଏବଂ ଅମୃତକାଲରେ ଭାରତର ଅଭିବୃଦ୍ଧି ବିଷୟରେ କହିଥିଲେ । ସେ ସୁଭଦ୍ରା ଯୋଜନାର ସଫଳତା ସହିତ ସରକାରଙ୍କ ସଫଳ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଆଇଏମଆଇ ର ସଫଳତାକୁ ପ୍ରସଂଶା ସହିତ ଛାତ୍ରମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଦେଇଥିଲେ। ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନରେ ଛାତ୍ରମାନଙ୍କ ଯୋଗଦାନ ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ।
ଶ୍ରୀ ସୁନିଲ ମିତ୍ରା ,ବୋର୍ଡ ଅଫ ଗଭର୍ନର ର ମେମ୍ବର ଏବଂ ପ୍ର. ହିମାଦ୍ରି ଦାସ, ମହାନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ପ୍ର. ପ୍ରତାପ ଚନ୍ଦ୍ର ବିଶ୍ୱାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ।ଆରମ୍ଭରେ ଭୁବନେଶ୍ଵର ଆଇଏମ୍ଆଇ ର ନିର୍ଦ୍ଦେଶକ ପ୍ରଫେସର ପିସି ବିଶ୍ଵାଳ, ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଏବଂ ବାର୍ଷିକ ଏକାଡେମିକ ରିପୋର୍ଟ ଉପସ୍ଥାପନ କରିଥିଲେ। ପ୍ରଫେସର ବିଶ୍ଵାଳ ଆଇଏମ୍ଆଇ ଏନଆଇଅରଏଫ ବ୍ୟାଙ୍କ ୬୧ ହାସଲକରି ଗତ ଏକବର୍ଷ ମଧ୍ୟରେ ଉପଲବ୍ଧ କରିଥିବା ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।ଆସୋସିଏଶନ ଅଫ ଏମବିଏ ଦ୍ଵାରା ଅନ୍ତର୍ଜାତୀୟ ମାନ୍ୟତା ଏବଂ ଏନଏଏସି ଦ୍ଵାରା ସ୍ଵୀକୃତି ହାସଲ କରିବା ଆଇଏମ୍ଆଇ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଅନୁସନ୍ଧାନ ଏବଂ ପ୍ରକାଶନ ଦିଗରେ ଅଧ୍ୟାପକଙ୍କ ଉଦ୍ୟମକୁ ସେ ପ୍ରଶଂସାକରିଥିଲେ। ଶିକ୍ଷାର୍ଥୀମାନେ୧୦୦ପ୍ରତିଶତ ପ୍ଲେସମେଣ୍ଟ ହାସଲ କରିଥିବାରୁ ସେସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଇଏମ୍ଆଇ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ସେ ସମ୍ପୃକ୍ତ କମ୍ପାନୀ ଗୁଡିକୁ କୃତଜ୍ଞତା ଜଣାଇଥିଲେ। ପ୍ରଫେସର ହିମାଦ୍ରୀ ଦାସ ତାଙ୍କ ଅଭିଭାଷଣରେ ସ୍ନାତକୋତ୍ତର ଛାତ୍ରମାନଙ୍କୁ ଅନୁକମ୍ପା ଓ ସହଯୋଗ ଦ୍ଵାରା ଜଟିଳ ସମସ୍ୟାର ସମାଧାନ ଆଉ ଅନିଶ୍ଚିତତାର ମୁକାବିଲା କରିବାପାଇଁ ଉପଦେଶ ଦେଇଥିଲେ।
ଏକାଡେମିକ୍ ଉଜ୍ଜ୍ୱଳତା ପାଇଁ ସ୍ୱର୍ଣ୍ଣପଦକ ଏବଂ ରୌପ୍ୟପଦକ ମାନ୍ୟବର ମୁଖ୍ୟମନ୍ତ୍ରୀ ଯଥାକ୍ରମେ ଦିବ୍ୟାଂଶ ସିଂ ଏବଂ ଦୀପ୍ତି ସୋ ଙ୍କୁ ପ୍ରଦାନ କରିଥିଲେ।ଏଥିସହ ଦିବ୍ୟାଂଶ ସିଂ ଶ୍ରେଷ୍ଠଛାତ୍ର ହୋଇଥିବାରୁ ରାମପ୍ରସାଦ ଗୋଏଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସାମଗ୍ରିକ ଅବଦାନ ପାଇଁ ତନମୟ ରଂଜନ ସାହୁଙ୍କୁ ନିର୍ଦ୍ଦେଶକ ପଦକ ପ୍ରଦାନ କରାଯାଇଥିଲା।