ପାଟକୁରା ୨୨/୦୫/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅଧୀନ ବେଡାରୀ ଗ୍ରାମ ପଂଚାୟତ ହରିଦାସପୁର ଗ୍ରାମର କୁଳମଣି ପରିଡା ଓ ପତ୍ନୀ ନୟନା ପରିଡାଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କ ହରିଦାସପୁର ବାସଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । 
ସ୍ବର୍ଗତ କୁଳମଣି ପରିଡା କଂଗ୍ରେସ ଦଳର ଜଣେ ଆଗଧାଡିର ସଂଗଠକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଓ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମରେ ସେ ଅଧିକ ସକ୍ରିୟ ଥିଲେ । ସେହିପରି ପତ୍ନୀ ନୟନା ମଧ୍ୟ ଜଣେ ଧର୍ମପରାୟଣା ମହିଳା ଥିଲେ ଓ ଲୋକ ମାନଙ୍କ ଦୁଃଖ ସୁଖରେ ଠିଆ ହେଉଥିଲେ । ଗରଦପୁର ବ୍ଳକର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ପରିଡାଙ୍କ ପିତା ଓ ମାତା ହେଉଛନ୍ତି ସ୍ବର୍ଗତ କୁଳମଣି ପରିଡା ଓ ନୟନା ପରିଡା ।
ବରିଷ୍ଟ କଂଗ୍ରେସ ନେତା ଦେବେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ନାରୀନେତ୍ରୀ ଅର୍ଚନା ନାୟକ ଉପସ୍ଥିତ ରହି ସ୍ବର୍ଗତ କୁଳମଣି ପରିଡା ଓ ପତ୍ନୀ ନୟନ ପରିଡା ଙ୍କ ସ୍ମୃତି ଚାରଣ କରି ସେମାନେ ବହୁତ ଭଲ ମଣିଷ ଥିଲେ ବୋଲି କହିଥିଲେ । ସମାଜରେ ବାପା ମା ଙ୍କ ତୁଳନା ନାହିଁ ଓ ସେମାନେ ସ୍ୱର୍ଗ ଠାରୁ ଅଧିକ ବଡ଼ ବୋଲି ଅର୍ଚନା ମତବ୍ୟକ୍ତ କରିଥିଲେ । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମହାକାଳପଡ଼ା ବିଜେଡି ନେତା ତଥା ସମାଜସେବୀ ଗଙ୍ଗାଧର ପରିଡା ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମାର୍ଶାଘାଇ ବ୍ଳକ କଂଗ୍ରେସ ସଭାପତି ବିଭ୍ରାଂଶୁ ଲେଙ୍କା, ଡେରାବିଶ ବ୍ଳକ କଂଗ୍ରେସ ସଭାପତି ଉମେଶ ତ୍ରିପାଠୀ, ମହିଳା କଂଗ୍ରେସ ସଭାନେତ୍ରୀ ରଶ୍ମିତା ମହାନ୍ତି, କେନ୍ଦ୍ରାପଡା କଂଗ୍ରେସ ସେବାଦଳ ସଭାପତି ଜୈରାମ ପରିଡା, ନାରୀନେତ୍ରୀ ସୁନାଲି ସାହୁ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ନାରାୟଣ ସ୍ୱାଇଁ, ଜିଲ୍ଲା କଂଗ୍ରେସ ଉପସଭାପତି ନିରଞ୍ଜନ ରାଉତ, ସମାଜ ସେବୀ କେଦାର ନାଥ ସାମନ୍ତରାୟ,ଆଶୁକବି ନରେଶ ମହାନ୍ତି,ସମାଜସେବୀ ରମଣୀ ରାଉତରାୟ, ବିଜେଡି ନେତା ରଂଜିତ ପଣ୍ଡା, ପୂର୍ବତନ ସରପଞ୍ଚ ତଥା ସାମ୍ବାଦିକ ରବୀନ୍ଦ୍ର ନାଥ ବାରିକ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, ସମାଜ ସେବୀ ବ୍ରଜକିଶୋର ସାହୁ, ସମାଜସେବୀ ଗଗନ ବିହାରୀ ରାଉତ, ନିଶାକର ପରିଡା, ବିଷ୍ଣୁ ଚରଣ ଖୁଣ୍ଟିଆ, ନାରାୟଣ ମହାନ୍ତି, ଯଶୋବନ୍ତ ରାଉତ,କୈଳାସ ଚନ୍ଦ୍ର ପରିଡା,ରଂଜିତ ରାଉତ, ରଞ୍ଜନ ପରିଡା,ରମେଶ ଚନ୍ଦ୍ର ଦାଶ,ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପରିଡା, କେଦାର ନାଥ ମହାନ୍ତି,ନାରଣ ରାଉତ, କେଶବ ଦାଶ,ଙ୍କ ସମେତ ଗରଦପୁର ବ୍ଳକ, ମାର୍ଶାଘାଇ ବ୍ଳକ ଓ ମହାକାଳପଡ଼ା ବ୍ଳକ ଅଂଚଳରୁ ଅନେକ ଶୁଭେଛୁ ମାନେ ଆସି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
