କଟକ ସଦର,୧୩/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରଘୁନାଥପୁର ଥାନା କୁଆମଙ୍ଗା ପଞ୍ଚାୟତ ବିରାଟ କଟକ ର ଜନୈକ ସଂଜୀବ ପ୍ରଧାନ (୩୫) ଙ୍କର ଆଜି ଗୁରୁବାର ଦିନ ୧୧ କେଭି ବିଦ୍ୟୁତ୍ ଆଘାତରେ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଉତେଜନା ପ୍ରକାଶ ପାଇଥିଲା।
ପ୍ରକାଶ ଯେ ବିଲରେ ଚାଲୁ ରହିଥିବା ବିଦ୍ୟୁତ ତାର ଛିଡି ପଡ଼ିଥିବା ଜାଣି ନପାରି ସଂଜୀବ ଧାନ କିଆରୀ ଦେଖିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଶଵକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରହିଥିଵା ଜଣାପଡିଛି।
ଅଘଟଣ: ବିଦ୍ୟୁତ୍ ଆଘାତରେ ଯୁବକ ଙ୍କ ଅକାଳ ମୃତ୍ୟୁ,ଶୋକର ଛାୟା
