ଜଗତସିଂହପୁର,୦୧/୦୫/୨୦୨୬ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲାର ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ସମାରୋହ ଅନୁଷ୍ଠିତ ହୋଇଛି ।
ଏହି ସମାରୋହରେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ, ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା , ଓଡ଼ିଶା ସରକାର, ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ, ମାନ୍ୟବର ସାଂସଦ ଜଗତସିଂହପୁର, ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ, ଜଗତସିଂହପୁର ତଥା ଅଧ୍ୟକ୍ଷ, ଜିଲ୍ଲା ଯୋଜନା ବୋର୍ଡ ଜଗତସିଂହପୁର, ଡକ୍ଟର ରମାକାନ୍ତ ଭୋଇ, ମାନ୍ୟବର ବିଧାୟକ ତିର୍ତୋଲ, ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ଜଗତସିଂହପୁର, ଶ୍ରୀଯୁକ୍ତ ଜେ ସୋନାଲ, ଜିଲ୍ଲାପାଳ ଜଗତସିଂହପୁର, ଶ୍ରୀଯୁକ୍ତ ଲୋଭାକାନ୍ତ ସ୍ଵାଇଁ, ବିଶିଷ୍ଠ ଶ୍ରମିକ ନେତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକ ମାନଙ୍କୁ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସହାୟତା ରାଶି ଓ ଯୋଜନା ସମ୍ବନ୍ଧରେ ଆଲୋକପାତ କରିବା ସହିତ ଉପସ୍ଥିତ ଶ୍ରମିକ ମାନଙ୍କୁ ସଚେତନ କରାଇଥିଲେ ।
ଏହି ସମାରୋହରେ ଓଡିଶା ଅଣସଙ୍ଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ତରଫ ରୁ ୪୦ ଜଣ ଙ୍କୁ ପରିଚୟ ପତ୍ର ଓ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫ ରୁ ୨୫୦ ଜଣ ଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଶିକ୍ଷା ସହାୟତା ରାଶି ୩୫୮ ଜଣ ଙ୍କୁ ଟ ୩୦,୩୩,୪୦୦/, ବିବାହ ସହାୟତା ରାଶି ୫୯୨ ଜଣ ଙ୍କୁ ଟ ୨,୯୫,୫୦,୦୦୦/-, ପ୍ରସୂତିକାଳୀନ ସହାୟତା ୭ ଜଣଙ୍କୁ ଟ ୭୦,୦୦୦/-, ମୃତ୍ୟୁକାଳୀନ ସହାୟତା ୫୭ ଜଣଙ୍କୁ ଟ ୧,୬୭,୦୦,୦୦୦/- ଓ ଅନ୍ତ୍ୟେଷ୍ଟିକାଳୀନ ସହାୟତା ୫୭ ଜଣଙ୍କୁ ଟ ୨,୮୫,୦୦୦/- , ଏହିପରି ସର୍ବମୋଟ ୧୦୭୧ ଜଣ ବିଭିନ୍ନ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୪ କୋଟି ୯୬ ଲକ୍ଷ ୩୮ହଜାର ୪ ଶହ ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା ।
ଏହି ସମାରୋହକୁ ଶ୍ରୀମତୀ ସ୍ମୃତିରେଖା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ପରିଚାଳନା କରିଥିଲେ। ସମାରୋହରେ ଶ୍ରୀ ବାବା ଆନନ୍ଦ ରଞ୍ଜନ ଦାସ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ଶିବ ନାରାୟଣ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ), ଶ୍ରୀମତୀ ଅର୍ଚିତା ସାହୁ, ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମା, ଶ୍ରୀ ଦେବାଶିଷ ମିଶ୍ର, ସହକାରୀ ଶ୍ରମ ଅଧିକାରୀ ଓ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ ।
