୭୧ ତମ ଜାତୀୟ ସିନିୟର କବାଡି ଚାମ୍ପିିୟାନସିପ୍ ୨୦୨୫ ର ତୃତୀୟ ଦିବସ :

ଭାରତୀୟ ସର୍ଭିସେସ୍ ଓ ପଞ୍ଜାବ ସେମିଫାଇନାଲ ରେ

କଟକ, ୨୨/୦୨/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା କବାଡି ସଂଘ ଦ୍ୱାରା ଆୟୋଜିତ ତଥା ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ୭୧ତମ ଜାତୀୟ କବାଡି ଚାମ୍ପିୟାନସିପ୍ ୨୦୨୫ର ତୃତୀୟ ଦିବସରେ ପ୍ରି କ୍ୱାଟର ଏବଂ କ୍ୱାଟର ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ସମସ୍ତ ମ୍ୟାଚ୍ ଚିତାକର୍ଷକ ଓ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଥିଲାବେଳେ ଦର୍ଶକମାନେ ଉତ୍କଣ୍ଠାର ସହ ଉପଭୋଗ କରିଥିଲେ ।

ପ୍ରଥମ ଥର ପାଇଁ କଟକର ଜବାହାରଲାଲ୍ ନେହେରୁ ଇନ୍ ଡ଼ୋର ଷ୍ଟାଡିୟମଠାରେ ଆୟୋଜିତ ଏହି କବାଡ଼ି ମହାକୁମ୍ଭର ତୃ୍ୱିତୀୟ ଦିବସରେ ଓଡ଼ିଶା ସରକାରଙ୍କର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦଘାଟକ ଭାବେ ଯୋଗଦାନ କରିବା ସହ ଖେଳାଳି ମାନାଙ୍କୁ ଉଚ୍ଛ୍ସାହିତ କରିଥିଲେ । ସେ କହିଥିଲେ ଏହିଭଳି ଆଗକୁ ଓଡିଶା ଆହୁରି ଅନେକ ଜାତୀୟ ତଥା ଅନ୍ତର୍ଯାତୀୟ କ୍ରୀଡା କରିବା ପାଇଁ ଆଗଭର ହେବ ।

ସମ୍ମାନୀତ ଅତୀଥି ଭାବେ କଟକର ଜିଲାପାଳ ଶ୍ରୀ ଦତାତ୍ରେୟ ଭାଓସାହେବ ସିନ୍ଧେ, କଟକର ଡି.ସି.ପି. ଶ୍ରୀ ଜଗମୋହନ ମୀନା, ରୁଚିର ନିର୍ଦ୍ଧେଶିକା ଶ୍ରୀମତୀ ସଙ୍ଗୀତା ସାହୁ, କଟକ ବାରବାଟିର ମାନ୍ୟବର ବିଧାୟିକା ସୋଫିୟା ଫିରଦୋଶ୍, ଓଡ଼ିଆ ଚଳଚିତ୍ର ଅଭିନେତା ଶ୍ରୀତମ ଦାସ, କଟକର ଯୁବ ନେତା ସତ୍ୟବ୍ରତ ମିଶ୍ର ତଥା ବହୁ ଆନ୍ତର୍ଜାତୀୟ ଓ ଜାତୀୟ ସଂଘର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାର ଆୟୋଜନକୁ ପ୍ରଂଶସା କରିବା ସହ ଆଗାମୀ ଦିନରେ ଓଡ଼ିଶା ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସବୁ ରାଜ୍ୟର କବାଡି ସଂଘର ସଭାପତି ଓ ସଂପାଦକ ଏବଂ ସମସ୍ତ ମ୍ୟାଚ ରେଫେରି ଓ ଅଫିସିଆଲ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆଜି ଅନୁଷ୍ଠିତ ପ୍ରି କ୍ୱାଟର ମ୍ୟାଚରେ ହରିୟାଣା ତାମିଲନାଡୁ କୁ ୫ ପଏଣ୍ଟରେ, ଭାରତୀୟ ସର୍ଭିସେସ ଦଳ ମଧ୍ୟପ୍ରଦେଶକୁ ୩୫ ପଏଣ୍ଟରେ ପଞ୍ଜାବ ବିହାରକୁ ୨୯ ପଏଣ୍ଟରେ, ମହାରଷ୍ଟ୍ର ଓଡିÿଶାକୁ ୨୩ ପଏଣ୍ଟରେ ଭାରତୀୟ ରେଳ କର୍ଣ୍ଣାଟକ କୁ ୨୧ ପଏଣ୍ଟରେ, ରାଜସ୍ଥାନ ହିମାଚଳ ପ୍ରଦେଶକୁ ୧ ପଏଣ୍ଟରେ, ଉତର ପ୍ରଦେଶ ତେଲେଙ୍ଗାନ କୁ ୨୩ ପଏଣ୍ଟରେ ଗୋଆ ଚଣ୍ଡିଗଡ କୁ ୧୨ ପଏଣ୍ଟରେ ପରାସ୍ତ କରି କ୍ୱାଟର ଫାଇନାଲ କୁ ଉନ୍ନିତ ହୋଇଥିଲେ ।

ସେଇଭଳି ଭାବରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ କ୍ୱାଟର ଫାଇନାଲ ମ୍ୟାଚରେ ଭାରତୀୟ ସର୍ଭିିସେସ ଦଳ ହରିୟାଣାକୁ ୧୧ ପଏଣ୍ଟରେ , ପଞ୍ଜାବ ମହାରଷ୍ଟ୍ରକୁ ୯ ପଏଣ୍ଟରେ ପରାସ୍ତ କରି ସେମିଫାଇନାଲ କୁ ଯାଇଥିଲେ ।

ଆଜିର କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ସଂଘର ଯୁଗ୍ମସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ବିରେନ୍ଦ୍ର ସ୍ୱାଇଁ, ପଦ୍ମଚରଣ ପ୍ରଧାନ, ଜ୍ଞାନରଞ୍ଜନ ବେହେରା, ପ୍ରକାଶ କୁମାର ସାହୁ, କେ ମାଧବ ରାଓ, ସରୋଜ ସେଠୀ, ସତ୍ୟପ୍ରକାସ ଦାସ, ରାମଚନ୍ଦ୍ର ବେହେରା ପ୍ରମୁଖ ।

ଇଭେଣ୍ଟ ପରିଚାଳନା କରିଥିଲେ ଉଲ୍ଲାସ ବେହୁରା, ସୌମ୍ୟଜିତ୍ ପରିଡା, ଜ୍ଞାନରଂଜନ ରାୟ, ସନ୍ତୋଷ ନାୟକ, ପତିତପାବନ ପଣ୍ଡା, ଅମୃତ ରଂଜନ ଦାଶ, ପ୍ରଦୀପ ସାହୁ, ଦୀପ୍ତି, ଓ ପ୍ରସ୍ନରଞ୍ଜନ ବେହେରା ।

Leave a Reply

Your email address will not be published. Required fields are marked *