ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଟ୍ରଷ୍ଟ

କେନ୍ଦ୍ରାପଡ଼ା,୧୧/୧୧/୨୦୨୫(ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଅସହାୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଦେଉଳିପଡା ଗ୍ରାମର ସୁଶାନ୍ତ ବାରିକ କର୍କଟ ରୋଗରେ ପିଡିତ ହୋଇ ମୃତୁ୍ୟବରଣ କରିଛନ୍ତି । ତାଙ୍କର ପତ୍ନୀଙ୍କ ସମେତ ଦୁଇଟି ଛୋଟ ପିଲା ଅଛନ୍ତି । ଫଳରେ ତାଙ୍କ ପରିବାରଟି ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ଅସହାୟ ହୋଇପଡିଛି । ସେହି ଅସହାୟ ପରିବାରକୁ ସହାୟତାର ହାତ ବଢାଇଛି ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ।

ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ କିଛିଦିନ ହେବ କେନ୍ଦ୍ରାପଡା ଆସି ଅବସ୍ଥାନ କରୁଛନ୍ତି । ପ୍ରଫେସର ଡ. ଦାସ କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଭବନରେ ମୃତ ସୁଶାନ୍ତଙ୍କ ପତ୍ନ ସସ୍ମିତା ବାରିକଙ୍କୁ ୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସହାୟତା ପ୍ରଦାନ ସମୟରେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ଉପସ୍ଥିତ ଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ଗରୀବ ତଥା ଅସହାୟ ଲୋକମାନଙ୍କୁ ଆବଶ୍ୟକ ସମୟରେ ଆର୍ଥିକ ସହାୟତା ଏବଂ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠପଢିବା ପାଇଁ ମୋଧାବୃତି ପ୍ରଦାନ କରାଯିବା ସହ ଘରପୋଡି, ବନ୍ୟା, ବାତ୍ୟା ଭଳି ଦୈବୀଦୂର୍ବିପାକ ସମୟରେ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ, ବସ୍ତ୍ର, ରୋଷେଇ ସାମଗ୍ରୀ, ଚୂଡା,ଚାଉଳ, ବିସ୍କୁଟ, ରାସନ ପ୍ରଭୃତି ଏବଂ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଇ ଆସୁଅଛି । ଟ୍ରଷ୍ଟର ଏଭଳି ସମାଜସେବାମୂଳକ କାର୍ଯ୍ୟକୁ ଅନେକ ସମୟରେ ବହୁ ପ୍ରଶଂସା ମିଳିଛି ।

Leave a Reply

Your email address will not be published. Required fields are marked *