ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ବିଜ୍ଞାନ ମେଳା ଅନୁଷ୍ଠିତ

ସାଲେପୁର,୦୮/୧୧/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁର ବ୍ଲକ୍ ଅନ୍ତର୍ଗତ ପିରବଜାର ଗୁଜର ପୁର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ବିଶିଷ୍ଟ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ବ ରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକ ଭାବେ ପୂର୍ବତନ ସମିତି ସଭ୍ୟ ଉଦୟ କେଶରୀ ବର୍ମା ଉଦ୍ଘାଟନ କରିବା ସହିତ ବିଚାରକ ଭାବେ ଡ଼ଃ ସୁନାକର ବରାଳ ଓ ପ୍ରଦୀପ କୁମାର ସାହୁ ଛାତ୍ରଛାତ୍ରୀ ଙ୍କ ପ୍ରୋଜେକ୍ଟ ର ମୂଲ୍ୟାୟନ କରିଥିଲେ ।

ବରିଷ୍ଠ ବିଭାଗରେ ଋତୁପର୍ଣ୍ଣା ବେହେରା ପ୍ରଥମ , ପ୍ରିୟରଞ୍ଜନ ବେହେରା ଦ୍ଵିତୀୟ ଓ କିରଣ ବାଳା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଉପ କନିଷ୍ଠ ରେ ଅଙ୍କିତା ପାଣି ପ୍ରଥମ, ସେଖ ଅଜିମ୍ ୱାରିସ୍ ଦ୍ଵିତୀୟ ,ମନୋରଞ୍ଜନ ସାହୁ ଓ ପ୍ରତୀକ୍ଷା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ସାଇ  ସମ୍ପୂର୍ଣ୍ଣ। ବେହେରା ପ୍ରଥମ, ସାଇ ସମର୍ଥ ଦାସ ଓ ସାଇ ସ୍ୱରୂପ ବେହେରା ଦ୍ଵିତୀୟ ଓ ଇତିଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯଥା ସଞ୍ଜୟ କୁମାର ମହାପାତ୍ର,ନିଶାଦ୍ ଅଞ୍ଜୁମ୍, ଚପଳା କର, ଜୟଶ୍ରୀ ନାୟକ, ଅନ୍ନପୂର୍ଣ୍ଣା ସିଂହ, ମୁସ୍କାନ ନିଶା, ବର୍ଷା ଦାସ,ପୂଜା ରାଉତ,ତରୁନ୍ ବେଗମ୍ ଓ କିରଣବାଳା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର ଖଟୁଆ ଧନ୍ୟବାଦ୍ ଦେବା ସହ କୃତୀ ଛାତ୍ର ଛାତ୍ରୀ ମାନକୁ ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବାକୁ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *