ଜାତୀୟ ମତଦାନ ଦିବସ ଓ ବାଲ୍ୟ ବିବାହ ସଚେତନତା ସଭା 

ଭୁବନ, ୨୬/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଜାତୀୟ ମତଦାନ ଦିବସ ଓ ବାଲ୍ୟ ବିବାହ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ଗୌରାଙ୍ଗ ଚରଣ ମହାରଣା, ଅନୀଲ୍ କୁମାର ଧିର, ଗ୍ରନ୍ଥାଗାରିକ ନନ୍ଦକିଶୋର ଧିର ଓ ମୁଖ୍ୟ କିରାଣୀ କୈଳାସଚନ୍ଦ୍ର ବେହେରା ମଞ୍ଚାସୀନ ହୋଇ ସୁଦୃଢ଼ ଗଣତନ୍ତ୍ର ପାଇଁ ଶତ ପ୍ରତିଶତ ମତଦାନ କରିବା ଓ ୧୮ ବର୍ଷ ହେବାମାତ୍ରେ ଭୋଟର ତାଲିକା ରେ ନାମ ପଞ୍ଜିକରଣ କରିବାକୁ କହିଥିଲେ। ଏହି ଅବସରରେ ବାଲ୍ୟ ବିବାହ ର କୁପରିଣାମ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ବାଲ୍ୟବିବାହ ଏକ ଘୃଣ୍ୟ ସାମାଜିକ ପ୍ରଥା । ବାଲ୍ୟବିବାହ ଅନୁମୋଦନ ଫଳରେ ମାନବିକତାର ହନନ ହୋଇଥାଏ ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହା ସହିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ମିଳିତ ଭାବରେ ଜାତୀୟ ମତଦାନ ଦିବସ ପରିପ୍ରେକ୍ଷୀରେ ସ୍ୱଚ୍ଛ ଓ ନିର୍ମଳ ମନରେ ମତଦାନ କରିବାକୁ ଶପଥ ଗ୍ରହଣ କରିଥିଲେ । ଅଧ୍ୟାପକ କରୁଣାକର ରାଉଳ ଓ ହେମନ୍ତ ରାଉତ ଏହି ସଭାର ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଅଧ୍ୟାପକ ସୁକାନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *