କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

କଟକ,୦୬/୧୧/୨୦୨୫ (ଓଡ଼ିଶା ସମାଚାର)-ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା  କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବାର ଦିନ ଏହାର ଉଦ୍ଘାଟନ କରିଛନ୍ତି ।

ଏହି ପାରମ୍ପରିକ ସୂକ୍ଷ୍ମ କାରୁକାର୍ଯ୍ୟ ବିଷୟରେ ଯୁବପିଢ଼ିଙ୍କୁ ଆକୃଷ୍ଟ ଓ ଅବଗତ କରାଇବା ପାଇଁ ଲାଇଭ ଡେମନଷ୍ଟ୍ରସନ ବ୍ୟବସ୍ଥା କରାଯାଇଛି  ।  ରୂପା ତାରକସି ପାଭିଲିୟନରେ ମୋଟ ୧୦ ଟି ଷ୍ଟଲ ଖୋଲିଛି । ଏହା ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲୁ ରହିବ  ।  ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ହସ୍ତଶିଳ୍ପ ଉପନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ଉପନିର୍ଦ୍ଦେଶକ ସୌମ୍ୟା ସୁରଭିତା ସିଂ  ପ୍ରମୁଖ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *