ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଏକତା ଦୌଡ଼ କାର୍ଯ୍ୟକ୍ରମର ପଦଯାତ୍ରା ଅୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର,୦୩/୧୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ  ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଏକତା ଦୌଡ଼ କାର୍ଯ୍ୟକ୍ରମର ପଦଯାତ୍ରା ଅୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମାନ୍ୟବର ସାଂସଦ, ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ବୈଠକରେ ମାନ୍ୟବର ସାଂସଦ କହିଥିଲେ ଯେ ଏକତା କହିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ କଥା ମନେ ପଡ଼େ ଓ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଇ ଆମେ ସମସ୍ତଙ୍କ ଗଠନମୂଳକ ମତରେ ମିଳିମିଶି ଏହି ପଦଯାତ୍ରା କାର୍ଯ୍ୟକ୍ରମ ଟିକୁ ସଫଳ କରିବା । ଏକ ଭାରତ ଆତ୍ମ ନିର୍ଭର ଭାରତ ବିଷୟ କେନ୍ଦ୍ରିତ ଏହି କାର୍ଯ୍ୟକ୍ରମ ଟି କିପରି ଆକର୍ଷଣୀୟ ହେବ ସେଥିପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ସମସ୍ତ ଜନ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ତାଙ୍କ ମତ ରଖିଥିଲେ। ସବୁ ବର୍ଗ ଯଥା ଛାତ୍ର ଛାତ୍ରୀ, ଯୁବ ସମାଜ, ସମାଜସେବୀ, ସ୍ଵଂୟ ସହାୟକ ଗୋଷ୍ଠୀ ଓ ଜନସାଧାରଣ ଏହି ପଦଯାତ୍ରାରେ ଯୋଗ ଦେବେ ବୋଲି ସେ କହିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ସଭାପତିତ୍ବ କରି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗୀତା ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ଭଳି ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ ଓ ବହୁଳ ମାତ୍ରାରେ ସମସ୍ତେ ଏହି ପଦଯାତ୍ରାରେ ଯୋଗ ଦେବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଧନ୍ୟବାଦ ଅର୍ପଣ କରି ପଦଯାତ୍ରାରେ ସମସ୍ତେ ଯୋଗ ଦେବା ପାଇଁ  କହିଥିଲେ। ବୈଠକରେ ସମ୍ମାନନୀୟ ଅତିଥି ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତି ଅର୍ଚ୍ଚନା ସିଂହ ,ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶିକ୍ଷକ ଓ ଅଧ୍ୟାପକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *