ନିଶ୍ଚିନ୍ତକୋଇଲି,୦୩/୧୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତ ରେ ଠାବ ହୋଇଛି କଲରାପତରିଆ ବାଘ । ସିସିଟିଭି ରେ କଏଦ ହେଲା ବାଘ ର ଚଳପ୍ରଚଳ ର ଦୃଶ୍ୟ । ବନ୍ଧକାଟିଆ ପଞ୍ଚାୟତ ର ସାରଦା ଶତପଥୀ ଙ୍କ ଘର ଦୁଆର ମୁହଁ ରେ ବାଘ ଟି ଚଳପ୍ରଚଳ ହେଉଥିବାର ଦୃଶ୍ୟ ଆଜି ସି ସି ଟିଭି ରେ କଏଦ ହୋଇଛି।

ଏ ନେଇ ବନ୍ଧକାଟିଆ ଗାଁ ସହିତ ଆଖ ପାଖ ଅଞ୍ଚଳ ରେ ଭୟ ଓ ଆତଙ୍କ ର ବାତାବରଣ ଖେଳିଯାଇଛି। ସିଟି ଫରେଷ୍ଟ ଡିଭିଜନ ର ଫରେଷ୍ଟର ଙ୍କୁ ଏ ନେଇ ସୂଚନା ଦିଆଗଲା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘ ଟିକୁ ଖୋଜାଖୋଜି କରୁଛି । ବିଲ ମଧ୍ୟରେ କୌଣସି ଜନ୍ତୁ ର ପାଦ ଚିହ୍ନ ବନ ବିଭାଗ ଦେଖିବାକୁ ପାଇଥିଲେ ହେଁ ଏହା ବାଘ ର କିମ୍ବା ଅନ୍ୟ କୌଣସି ସଦୃଶ ଜନ୍ତୁ ର ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଏ ପର୍ୟ୍ୟନ୍ତ ବାଘ ଟିର ସଠିକ୍ ସନ୍ଧାନ ପାଇ ପାରିନାହିଁ ବନ ବିଭାଗ। ଯନ୍ତା ବସାଇ ବାଘର ସନ୍ଧାନ କରୁଛି ।

