ବର୍ତମାନ ଘରେ ଘରେ ଡାଇବେଟିସ ବା ମଧୁମେହ ରୋଗୀ । ବ୍ୟସ୍ତବହୁଳ ଜୀବନଚର୍ଯ୍ୟା, ଅବସାଦ ଏହି ରୋଗର ପ୍ରମୁଖ କାରଣ ହୋଇଛି । ତେବେ କମ୍ ସମୟ ଶୋଇବା ମଧୁମେହ ଆଶଙ୍କା ହୋଇପାରେ ବୋଲି ରିପୋର୍ଟରୁ ଜଣାପଡିଛି । ଯଦି ଜଣେ ବ୍ୟକ୍ତି ୬ ଘଂଟାରୁ କମ୍ ସମୟ ଶୋଉଛନ୍ତି ତେବେ ତାଙ୍କୁ ଡାଇବେଟିସ୍ ହେବା ଆଶଙ୍କା ରହିଛି । ଏହି ରୋଗ ଜେନେଟିକ୍ କାରଣରୁ ମଧ୍ୟ ହୋଇଥାଏ । ବିଗତ କିଛି ବର୍ଷ ହେବ ଟାଇପ-୨ ମଧୁମେହ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । କମ୍ ଶୋଇବା କାରଣରୁ ଏହାର ସଂଖ୍ୟା ବଢୁଛି ବୋଲି ଅନୁମାନ କରାଯାଉଛି ।
ଦିନକୁ ଜଣେ ବ୍ୟକ୍ତି ୬ ଘଂଟା ରୁ କମ୍ ଶୋଇଲେ ମଧୁମେହ ଆଶଙ୍କା ବଢିଥାଏ । କମ୍ ଶୋଇବା ଦ୍ୱାରା କର୍ଟିସୋଲ ହରମୋନ୍ ବୃଦ୍ଧି ପାଏ । ଏହାର ସିଧା ପ୍ରଭାବ ରକ୍ତ ଶର୍କରା ଉପରେ ପଡିଥାଏ । ରକ୍ତ ଶର୍କରା ସ୍ତର ବଢିଥାଏ । ଏହି ସମସ୍ୟା ଅଧିକ ଲାଗି ରହିଲେ ମଧୁମେହ ଆଶଙ୍କା ଉପୁଜିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ରାତିରେ ଶୋଇବା ପୂର୍ବରୁ ୨ ଘଂଟା ପୂର୍ବରୁ ରାତ୍ରୀ ଭୋଜନ ଖାଆନ୍ତୁ । ରାତିରେ ଚାହା, କଫି ଇତ୍ୟାଦି ପିଅନ୍ତୁ ନାହିଁ । ଏକ ନିର୍ଦ୍ଧିଷ୍ଟ ସମୟରେ ଶୋଇବା ଅଭ୍ୟାସ କରନ୍ତୁ । ଅଧିକ ସମୟ ମୋବାଇଲ ବ୍ୟବହାର କରନ୍ତୁ ନାହିଁ । ରାତିରେ ୭ରୁ ୮ ଘଂଟା ଶୋଇବାକୁ ଚେଷ୍ଟା କରନ୍ତୁ । ତେବେ ମଧୁମେହ ଆଶଙ୍କାକୁ ଏଡାଇପାରିବେ ।
