ଭୁବନ,୦୨/୦୨/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ଜଣାଶୁଣା ଲେଖକ,ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରେମାନନ୍ଦ ପାଣିଗ୍ରାହୀ ଙ୍କୁ ଯାଜପୁରର ‘ମା ଯଶୋଦା କଳା ପରିଷଦ ‘ ପକ୍ଷରୁ ଆୟୋଜିତ ବିଂଶତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ ଶୀତ ମହୋତ୍ସବରେ ମା ବିରଜା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା, ଗୀତିକାର ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମ, ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୌତମ ରାୟ, ଦାନଗଦି ବିଡିଓ ପ୍ରଦୀପ କୁମାର ସେଠୀ, ସଂସ୍କୃତି ଗବେଷକ ଶୁଭେନ୍ଦୁ କୁମାର ଭୂୟାଁ, ସଙ୍ଗଠକ ପଦ୍ମାକର ଗୁରୁ, ଚଳଚ୍ଚିତ୍ର ଅଭିନେତା ହରିହର ମହାପାତ୍ର, ଅନୁଷ୍ଠାନର ସଭାପତି ବିନୟକୃଷ୍ଣ ବେହେରା ଓ ସମ୍ପାଦକ ଦିନେଶ ମଲ୍ଲିକ ପ୍ରମୁଖ ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନ ପତ୍ର ଦେଇ ସମ୍ମାନୀତ କରିଥିଲେ। ଭୁବନ ସାମ୍ବାଦିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ପାଣିଗ୍ରାହୀ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ଲେଖକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ ‘ମା ବିରଜା ସମ୍ମାନ’
