କେନ୍ଦ୍ରାପଡ଼ା,୨୪/୧୦/୨୦୨୫(ଓଡ଼ିଶା ସମାଚାର)-ରାଜ୍ୟସ୍ତରୀୟ ୩୮ତମ ଟାଇକୋଣ୍ଡା ପ୍ରତିଯୋଗିତାରେ କେନ୍ଦ୍ରାପଡା ଟାଇକୋଣ୍ଡା ଆସୋସିଏସନର ୧୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ୬ଟି ସ୍ୱର୍ଣ୍ଣ, ୨ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକ ହାସଲ କରି ଜିଲା ପାଇଁ ଗୌରବ ଆଣିଥିବା ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚଳିତମାସ ୨୨ ଓ ୨୩ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୪ଶହରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଯୋଗଦେଇଥିଲେ ।
ଏଥିରେ କେନ୍ଦ୍ରାପଡାର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ୬ଜଣ ପ୍ରତିଯୋଗୀ ହେଉଛନ୍ତି ପ୍ରିତିମୟୀ ମହାନ୍ତି, ଲକ୍ଷ୍ମୀଧର ପାତ୍ର, ଦେବାଶିଷ ମଲିକ, ଗାୟତ୍ରୀ ସେଠୀ,ଆରିୟନ ଧଳ ଓ ବୈଷ୍ଣବୀ ପାତ୍ର । ରୌପ୍ୟ ପଦକ ହାସଲ କରିଥିବା ୨ଜଣ ହେଉଛନ୍ତି ଜ୍ୟୋତିର ଆଦିତ୍ୟ ସେଠୀ ଓ ଅଭିନବ ଦାସ । ବ୍ରୋଞ୍ଜ ପଦକ ହାସଲ କରିଥିବା ୯ଜଣ ହେଉଛନ୍ତି ଜନ୍ମେଜୟ ନାୟକ, ଓମ ଶାଇ ନାୟକ,କିର୍ତୀ କୁମାର ସାହୁ, ଶକ୍ତି ପ୍ରସାଦ ସିଂ, ଶୁଭମ ମଲିକ, ଆୟୁଷ୍ମାନ ସାହୁ, ଶୁଭମ କୁମାର ଜେନା, ଆର.ଡି. ସ୍ରେୟାଂଶ ଲେଙ୍କା ଓ ସ୍ୱସ୍ତିକରାଜ ସାହୁ ପ୍ରମୁଖ କେନ୍ଦ୍ରାପଡା ମାଟି ପାଇଁ ସୁନାମ ଆଣିଥିବାରୁ ଜିଲା ଟାଇକୋଣ୍ଡା ସଂଘର ସଭାପତି ବିମଲ କୁମାର ପଣ୍ଡା ସେମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
