ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ (SSEPD) ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ୱର,୨୧/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମାନ୍ୟବର ମନ୍ତ୍ରୀ, S&ME, ST&SCDM&BCW ଏବଂ SSEPD ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ, ୨୧.୦୫.୨୦୨୫ ଦିନ ପୂର୍ବାହ୍ନ ୧୧.୦୦ ଟାରେ ଭୁବନେଶ୍ୱରର ୟୁନିଟ୍-୬ସ୍ଥିତ କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସର SIDR ସମ୍ମିଳନୀ କକ୍ଷରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ (SSEPD) ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ସମୀକ୍ଷା ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ, ଆର୍ଥିକ ପରାମର୍ଶଦାତା ଓ ସ୍ୱତନ୍ତ୍ର ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସୋନିଆ ବେହେରା ଓ ଶ୍ରୀ ଭାସ୍କର ରଇତ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ/କର୍ମଚାରୀ ଉପସ୍ଥିତ ଥିଲେ।

ମାନ୍ୟବର ମନ୍ତ୍ରୀ ବିଭାଗର ବିଭିନ୍ନ ଯୋଜନା/କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା ପେନସନ ମଞ୍ଜୁରିର ସ୍ଥିତି, ଚାଲୁରହିଥିବା କାର୍ଯ୍ୟ/ପ୍ରକଳ୍ପ, ଆଇନଗତ ପ୍ରସଙ୍ଗ ଇତ୍ୟାଦି ବିଷୟରେ ବିସ୍ତୃତ ସମୀକ୍ଷା କରିଥିଲେ ଏବଂ ସେଗୁଡିକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ପଦକ୍ଷେପ ନେବାପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯୋଗ୍ୟ ହିତାଧିକାରୀମାନେ ଯେପରି ସହଜରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମର ଲାଭ ପାଇପାରିବେ ସେଥିପାଇଁ ପ୍ରଶାସନିକ ପ୍ରତିବନ୍ଧକ ଏବଂ ନୀତିଗତ ସମସ୍ୟା ଦୂର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ମାନ୍ୟବର ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଅତିରିକ୍ତ ୮୩,୧୩୫ ଜଣ ହିତାଧିକାରୀଙ୍କୁ ପ୍ରତିମାସ ୩,୫୦୦ ଟଙ୍କା ବର୍ଦ୍ଧିତ ହାରରେ ସାମାଜିକ ସୁରକ୍ଷା ପେନସନ ମଞ୍ଜୁର କରାଯାଇଛି ଏବଂ ରାଜ୍ୟରେ ମୋଟ ୫ ଲକ୍ଷ ହିତାଧିକାରୀ ବର୍ଦ୍ଧିତ ହାରରେ ଭତ୍ତା ପାଉଛନ୍ତି ।

ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ନିଶ୍ଚିତ କରିବାକୁ ଏବଂ ରାଜ୍ୟରେ ଚାଲୁଥିବା ଅନୁଷ୍ଠାନ / ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ବୃଦ୍ଧାଶ୍ରମଗୁଡ଼ିକୁ ନିୟମିତ ପରିଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।

ବିଭାଗର ବଜେଟ ଅନୁଦାନର ସ୍ଥିତି ସମୀକ୍ଷା କରି, ମାନ୍ୟବର ମନ୍ତ୍ରୀ ବଜେଟର ୧୦୦% ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ବୃଦ୍ଧା, ଦିବ୍ୟାଙ୍ଗ ଏବଂ ଅନ୍ୟାନ୍ୟ ନିର୍ଦ୍ଧିଷ୍ଟ ବର୍ଗଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପକୁ ସଠିକ୍ ଭାବରେ ସମୟୋଚିତ ଭାବରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ବୈଠକ ଶେଷରେ ବିଭାଗର  ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ।

-0-

ନିୟତି ପଟ୍ଟନାୟକ, ଭାପ୍ରସେ,ନିର୍ଦ୍ଦେଶିକା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *