ଜିଲ୍ଲା ସ୍ତରରେ ସ୍ଥାନ ପାଇଲେ ନିମାପଡ଼ା ଅଞ୍ଚଳର ପ୍ରଥମ ମହିଳା କ୍ରିକେଟର, ଅନୁଲେଖା ଏମ୍ ପି ମିଶ୍ର।

ନିମାପଡ଼ା,୧୫/୦୪/୨୦୨୬ (ଓଡ଼ିଶା ସମାଚାର)-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନ ତେରୁଣ୍ଡିଆ ପଞ୍ଚାୟତ ଧିରପୁର ଗ୍ରାମର ଝିଅ ଅନୁଲେଖା ଏମ୍ ପି ମିଶ୍ର ଜିଲ୍ଲା ସ୍ତରୀୟ କ୍ରିକେଟ ଟିମ୍ ରେ ମନୋନୀତ ହୋଇଥିବା ବେଳେ ଅଞ୍ଚଳରେ ଶୁଖର ଲହରୀ ଖେଳିଯାଇଛି। ସୁଚନା ମୁତାବକ ଧିରପୁର ଗ୍ରାମର ମାତୃକା ପ୍ରସାଦ ମିଶ୍ରଙ୍କ ଝିଅ ଅନୁଲେଖା ଏମ୍ ପି ମିଶ୍ର ଜିଲ୍ଲା ସ୍ତରୀୟ କ୍ରିକେଟ ଟିମ୍ ରେ ମନୋନୀତ ହୋଇଥିବା ବେଳେ ନିମାପଡ଼ା ଅଞ୍ଚଳର କ୍ରିକେଟ ଖେଳାଳି ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି ।

ଏଥିସହ ସହ ଖେଳାଳି ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ଅନୁଲେଖାକୁ ଜିଲ୍ଲା ସ୍ତରୀୟ କ୍ରିକେଟ ଟିମ୍ ରେ ମନୋନୀତ ହେଲା ପରେ ପୁର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ଏବଂ ଆଥେଲେଟିକ ଆସୋସିଏନ୍ ସଭାପତି ସମୀର ରଞ୍ଜନ ଦାସ, ପ୍ରେସ୍ କ୍ଲବ୍ ସଭାପତି ଅକ୍ଷୟ ବେହେରା, ସିକୃତି ପ୍ରାପ୍ତ ଅମ୍ପେୟାର ଅୟଷକାନ୍ତ ମିଶ୍ର, ସ୍ବୋୟମ ଶେଖର ମହାନ୍ତି, ନିର୍ମଳ ମିଶ୍ର ଓ ଶତେନ୍ଦ୍ରମୋହନ ମହାନ୍ତି ପ୍ରମୁଖ ସମ୍ବର୍ଦ୍ଧନା କରିବା ସହ ଆଗାମୀ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *