ଜଗତସିଂହପୁର,୩୧/୧୦/୨୦୨୫ (ଓଡ଼ିଶା ସମାଚାର)-ଆଜି ଭାରତ ର ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ସମଗ୍ର ରାଜ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ଠାରୁ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକତା ଦୌଡ଼ ର ଆୟୋଜନ କରାଯାଇଥିଲା ।
ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ଦ୍ଦାର
ବଲ୍ଲଭଭାଇ ପଟେଲଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଜ୍ଞାପନ କରିଥିଲେ ଓ ଦୌଡ ର ଉଦଘାଟନ କରିଥିଲେ। ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ,ଏହି ଦୌଡ଼ ହେଉଛି ଏକତା, ସମନ୍ଵୟ ଓ ଦେଶପ୍ରେମର ପ୍ରତୀକ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏମିତି ଏକ ମହାନ ନେତା ଥିଲେ ଯିଏ ଶତାଧିକ ରାଜା ରାଜୁଡ଼ାଙ୍କୁ ଏକତା ସୁତ୍ରରେ ବାନ୍ଧି ଏକ ଅଖଣ୍ଡ ଭାରତ ଗଢିଥିଲେ।
ତେଣୁ ତାଙ୍କ ଜନ୍ମ ଦିବସ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ଏକତା,ଭାଇଚାରା,ଦେଶପ୍ରେମ ସୂତ୍ର ରେ ବାନ୍ଧି ରଖି ଆମ ବିକଶିତ ଭାରତ ଗଠନ ରେ ସହାୟକ ହୋଇପାରିବ।ଏହି ଦୌଡ ରେ କ୍ରୀଡା ଛାତ୍ରଛାତ୍ରୀ,ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ, ଜଗତିଂହପୁର ଜିଲ୍ଲାର ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଭାଗ ନେଇଥିଲେ।
