ଶୁଦ୍ଧିକ୍ରିୟା ପାଇଁ ସହାୟତାର ହାତ ବଢ଼ାଇଲା ବିକାଶ ପରିଷଦ

 ମାହାଙ୍ଗା,୨୯/୧୦/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଗୁଡ଼ିଆଡ଼ିଆ ଗ୍ରାମର ଜନୈକା ମହିଳାଙ୍କ ହୃଦଘାତରେ ମୃତ୍ୟୁ ଘଟିବା ଖବର ପାଇବା ମାତ୍ରେ ତାଙ୍କ ପରିବାର ପାଖରେ ପହଂଚି ଥିଲେ କୁହୁଣ୍ଡା ବିକାଶ ପରିଷଦର ସଦସ୍ୟ ମାନେ । କୁହୁଣ୍ଡା ଗ୍ରାମର ସର ଖୁଣ୍ଟିଆ ଜଣେ ଗରୀବ ମହିଳା ଥିଲେ ।    ସ୍ୱାମୀ ପ୍ରେମାନନ୍ଦ ଖୁଣ୍ଟିଆଙ୍କୁ ପତ୍ନୀ ସର ଖୁଣ୍ଟିଆଙ୍କ ଦାହ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ କୌଣସି ସହାୟତା ମିଳିନଥିଲା  ।ଏ ସମ୍ପର୍କରେ ସୂଚନା ମିଳିବା ପରେ ସହାୟତାର ହାତ ବଢ଼ାଇ ଥିଲା କୁହୁଣ୍ଡା ବିକାଶ ପରିଷଦ ।

ଜଣାଶୁଣା ସମାଜସେବୀ ତଥା ଅସହାୟ ଲୋକଙ୍କ ପାଖରେ ପ୍ରତ୍ୟେକ ମୁହୂର୍ତ୍ତରେ ଦେବଦୂତ ଭଳି ପହଂଚି ପାରୁଥିବା ଅଖିଳେଶ ମହାନ୍ତିଙ୍କ ନେତୃତ୍ୱରେ ବିକାଶ ପରିଷଦର ସଭାପତି ନିରଞ୍ଜନ ମୁଦୁଲି, ଯୁବ ସଂଗଠକ ରାକେଶ ବେହେରା, ସୂର୍ଯ୍ୟମଣି ଧଳ, ରବୀନ୍ଦ୍ର ପୃଷ୍ଟି, ମାନସ ବେହେରା, ଘନଶ୍ୟାମ ବେହେରା, ଅବଦୁଲ ହମିଦ, କେଦାରେଶ୍ୱର ପୁହାଣ, ଭାଗ୍ୟଧର ମହାନ୍ତି, ରାଜେଶ ବେହେରା, ରାକେଶ ବିଶ୍ୱାଳ, କ୍ଷୀରୋଦ ଦାଶ, ବାସବ ବେହେରା, ରଞ୍ଜନ ପୃଷ୍ଟି, ଗୌରୀଶଙ୍କର ମହାପାତ୍ର, ପ୍ରଭାତ ଘଡେଇ, ପ୍ରମୁଖ ବହୁ ସ୍ବେଛାସେବୀ ପ୍ରେମାନନ୍ଦ ଖୁଣ୍ଟିଆଙ୍କ ବାସଭବନରେ ପହଂଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ  ।

Leave a Reply

Your email address will not be published. Required fields are marked *