ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା କର୍ମଶାଳା

ପୁରୀ,୨୯/୧୦/୨୦୨୫(ଓଡ଼ିଶା ସମାଚାର)- ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଧେଶକ ସନ୍ତୋଷ କୁମାର ସେଠୀ ମହିଳା ମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଆଇନ ଓ ବ୍ୟବସ୍ଥା ରହିଛି । ଏ ସମ୍ପର୍କରେ ମହିଳା ମାନଙ୍କୁ ସଚେତନ କରାଯାଇ ପାରିଲେ ନିର୍ଯାତନା ର ଶିକାର ହେଉଥିବା ମହିଳା ମାନେ ସୁରକ୍ଷିତ ଓ ଏକ ସମ୍ମାନ ଜନକ ଜୀବନ ଯିଇଁ ପାରିବେ ବୋଲି କହିଥିଲେ ।

ପୋଲିସ ଡିଏସପି ତାରା ଜସ୍ମିନ ଗୁରିଆ, ସସ୍ମିତା ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରି ପାଠୀ, ଆଇନ ସହାୟତା ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ପ୍ରତି ନିର୍ଯାତନା, କାରଣ ନିରାକରଣ ଓ ଆଇନ ଅନୁଯାୟୀ ରହିଥିବା ସହାୟତା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଷୟ ବିଶାରଦ ଆଇନଜୀବୀ ମୋହନ ସୁନ୍ଦର ଜେନା ବିସ୍ତୃତ ସୂଚନା ଓ ବିସ୍ତାରିତ ଉଦାହରଣ ମାଧ୍ୟମରେ ନିର୍ଯାତନାର ଶିକାର ହେଉଥିବା ମହିଳା ମାନଙ୍କ ଅଧିକାର, କର୍ତବ୍ୟ ଓ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । କର୍ମଶାଳାରେ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ଚନ୍ଦ୍ର ପ୍ରଭା ଦେଇ, ସିଡିିଓ, ସୁରଭାଇଜର, ହବ କର୍ମକର୍ତା ଲୋପିତା ମହାପାତ୍ର, ରଶ୍ମି ରଞ୍ଜନ ବରାଳ ହବ ର ଅନ୍ୟାନ୍ୟ କର୍ମକର୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ହବ ଡିସି ବିଦ୍ୟାଧର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *