୪ ଆନ୍ତଃରାଜ୍ୟ ସାଇବର୍ ଠକ ଗିରଫ

 ଗୋଟିଏ କାର, ୫ଟି ଏଟିଏମ୍, ୬ ମୋବାଇଲ, ନଗଦ ୨୪ ହଜାର ୯୦୦ ଟଙ୍କା, ୪ଟି ବ୍ୟାଙ୍କ ପାସ୍ ବୁକ୍ ଏବଂ ୭ଟି ଚେକ୍ ବୁକ୍ ପୋଲିସ ଜବତ

ରାଉରକେଲା, ୧୧/୦୮/୨୦୨୬ (ଓଡ଼ିଶା ସମାଚାର)-  ୪ ଆନ୍ତଃରାଜ୍ୟ ସାଇବର୍ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ପୋଲିସ ।

ସେମାନଙ୍କ ନିକଟରୁ ଗୋଟିଏ କାର, ୫ଟି ଏଟିଏମ୍, ୬ ମୋବାଇଲ, ନଗଦ ୨୪ ହଜାର ୯୦୦ ଟଙ୍କା, ୪ଟି ବ୍ୟାଙ୍କ ପାସ୍ ବୁକ୍ ଏବଂ ୭ଟି ଚେକ୍ ବୁକ୍ ପୋଲିସ ଜବତ କରିଛି ।  ଗିରଫ ଅଭିଯୁକ୍ତମାନେ ହେଲେ ବିକାଶ ମାଝୀ, ପ୍ରଦୀପ କୁମାର, ସୂରଜ କୁମାର, ମଣିଷ ଯାଦବ । ଗିରଫ ହୋଇଥିବା ସମସ୍ତଙ୍କଙ୍କ ଘର ଝାଡଖଣ୍ଡ ଅଞ୍ଚଳରେ।

ମାଷ୍ଟର ମାଇଣ୍ଡ ଝାଡଖଣ୍ଡରେ ରହି କରୁଥିଲା ଠକେଇ ରିମୋର୍ଟ । ଏକ ଆପ୍ ମାଧ୍ୟମରେ ଅନଲାଇନରେ ଲୁଟୁ ଥିଲେ ଟଙ୍କା । ସାଢ଼େ ତିନି କୋଟି ଟଙ୍କା ଠକେଇ କରିଛନ୍ତି । ଅଭିଯୁକ୍ତଙ୍କ ୩୧ ଟି ଆକାଉଣ୍ଟରେ ୪୭ ଲକ୍ଷ ଟଙ୍କା ରହିଛି । ପୋଲିସ ୩୧ଟି ଆକାଉଣ୍ଟକୁ ଫ୍ରିଜ କରିଛି । ରାଉରକେଲା ପୋଲିସ ଏହି ସାଇବର୍ ଠକେଇରେ ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି ତାହା ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *