ପାଲା ଏକ ଶାସ୍ତ୍ରୀୟ କଳା – ପଦ୍ମଶ୍ରୀ ବାବା ବଳିଆ

ଗରଦପୁର, ୦୯/୦୧/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ନୀଳାଚଳ ନିଖିଳୋକ୍ରଳ ପାଲା ଗାୟକ ପରିଷଦର ୪୬ତମ ବାର୍ଷିକ ରାଜ୍ୟ ସ୍ତରୀୟ ସମ୍ମେଳନ ଅନୁଷ୍ଠିତ ହୋଇ ଯାଇଛି । ଦୁଇ ଦିନିଆ ଏହି ସମ୍ମେଳନକୁ ଉଦଘାଟନ କରି ପଦ୍ମଶ୍ରୀ ବାବା ବଳିଆ କହିଲେ ଯେ ପାଲା ଏକ ଶାସ୍ତ୍ରୀୟ କଳା । ଏହା ମଧ୍ୟ ଏକ ଉପାସନାର ପ୍ରତିକ । ଗଶେଷ, ନାରାୟଣ, ଅମ୍ବିକା , ରୁଦ୍ର ଓ ଭାସ୍କର ଆଦି ପଂଚ ଦେବତାଙ୍କର ଉପାସନା ମାଧ୍ୟମରେ ପ୍ରତିଟି ଜୀବନ ଇଶ୍ୱର ଆଶିର୍ବାଦର ଅଧିକାରୀ ହୋଇଥାଏ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡ଼ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ପାଲା ସଂସ୍କୃତିର ଐତିହ୍ୟ ଓ ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନିତ ବକ୍ତା ଭାବେ ପ୍ରାକ୍ତନ କୂଳପତି ପ୍ରଫେସର ଡ଼ କୁମା ବର ଦାସ , ଅମିୟ ପଟ୍ଟନାୟକ , ପଣ୍ଡିତ ପଦ୍ମନାଭ ତ୍ରିପାଠୀ , କୃଷ୍ଣ ସିଂ, ବସନ୍ତ ସ୍ୱାଇଁ, ବିନାୟକ ରଥ ପ୍ରମୁଖ ଯୋଗଦେଇ ପାଲା ଆମ ଜୀବନ ଓ ଆମ ସମାଜ ପାଇଁ ତାହାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ପରିଷଦର ସଭାପତି ମଦନ ମୋହନ ଜେନା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଓ ସମ୍ପାଦକ ବସନ୍ତ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏଥିରେ ବନ ବିହାରୀ ଗ୍ରାହାଚାର୍ଯ୍ୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟର ୩୦ ଟି ଜିଲାରୁ ୭୦୦ ରୁ ଉଦ୍ଧ୍ୱର୍ ପାଲା ଗାୟକ ଓ ଗାୟିକା ମାନେ ଯୋଗଦାନ କରିଥିଲେ । ପ୍ରତ୍ୟେହ ବିଭିନ୍ନ ଜିଲାରୁ ଆସିଥିବା ପାଲାକାରମାନେ ପାଲା ପରିବେଷଣ କରିଥିଲେ । ଅନେକ ପାଲା ମଂଚ ଓ ପାଲା କଳାକାର ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *