‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶପଥ ପାଠ

ଯାଜପୁର ୨୮/୧୦/୨୦୨୫ (ଓଡ଼ିଶା ସମାଚାର)- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୫’ ପାଳନ ଅବସରରେ ଆଜି ଲୋକସେବା ଭବନ କନଭେନସନ ହଲ ଠାରେ  ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ଆଭାସି ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତା ଏବଂ ସ୍ୱଚ୍ଛତା ପାଳନ ନିମନ୍ତେ ଶପଥ ପାଠ କରାଇଥିଲେ।  ଦୁର୍ନୀତି ଆମ ସମାଜର ପ୍ରଗତି ଓ ଉନ୍ନତି ରେ ବାଧା ସୃଷ୍ଟି କରିଥାଏ। ତେଣୁ ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ଆମ ସମସ୍ତଙ୍କ ର ଏକ ନୈତିକ ଦାୟିତ୍ୱ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ଭିସି କକ୍ଷରେ ଆୟୋଜିତ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଡେପୁଟି କଲେକଟର, ସହକାରୀ ଜିଲ୍ଲାପାଳ, ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ ଏବଂ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଦୁର୍ନୀତି ନିବାରଣ ଶପଥ ପାଠ କରିଥିଲେ।

Leave a Reply

Your email address will not be published. Required fields are marked *