କଟକ,୨୭/୧୦/୨୦୨୫(ଓଡ଼ିଶା ସମାଚାର)- ଖ୍ରୀଷ୍ଟ କଲେଜର ନୂତନ ପ୍ରେକ୍ଷାଳୟରେ ଚଳିତ ଶିକ୍ଷାବର୍ଷ +୩ ବିଦ୍ୟାର୍ଥୀ କଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷା ଡ କ୍ଷଣପ୍ରଭା ନନ୍ଦ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଡଃ. ବନ୍ଦିତା ଆଚାର୍ଯ୍ୟ ସରକାରଙ୍କର ବିଦ୍ୟାର୍ଥୀମାନଙ୍କ ପାଇଁ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ଡ. ଜେହେରା ଜବିନ, ଡ. ଦିଲ୍ଲୀପ ବରାଳ, ଅଧ୍ୟାପିକା ସ୍ୱାତୀ ଦାଶ, ଡ. ପ୍ରଦୁ୍ୟମ୍ନ ଦାଶ, ଡ. ସୁନନ୍ଦା ଦାସ, ଅଧ୍ୟାପକ ପୀତବାସ ଷଡଙ୍ଗୀ, ଡ. ଭବଜିତ ପଟ୍ଟନାୟକ ପ୍ରମୁଖ ସମ୍ପୃକ୍ତ କମିଟିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ସହିତ ଏହାର ସୁଯୋଗ ନେବା ପାଇଁ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅଧ୍ୟାପିକା ରିଙ୍କୁ ମହାପାତ୍ର । ଅଧ୍ୟାପିକା ରଚିତା ଶାନ୍ତା ଧନ୍ୟବାଦ୍ ଦେଇଥିଲେ । କାର୍ଯ୍ୟକ୍ରମରେ କଲେଜର +୩ ବିଦ୍ୟାର୍ଥୀମାନଙ୍କ ସହିତ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ ।
