ଭୁବନେଶ୍ୱର, ୧୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ଲେଡିଜ୍ ଫୋରମ୍ ଓ କିଛି ସାମାଜିକ କର୍ମୀ ଙ୍କୁ ନେଇକି ଆଜି ( ୧୭- ୦୮- ୨୦୨୪) , ସନ୍ଧ୍ୟା ୫ ଟା ସମୟ ରେ ରାମ ମନ୍ଦିର ନିକଟ ରେ ଏକ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରାଯାଇଥିଲା। କଲିକତା ର ଏକ ହସ୍ପିଟାଲ୍ ଠାରେ ଏକ ଡାକ୍ତରୀ ଛାତ୍ରୀ ଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର ବିରୁଧରେ ସ୍ୱର ଉତ୍ତୋଳନ କରାଯାଇଥିଲା। ଏହି କାର୍ୟ୍ୟକ୍ରମ ରେ ସମାଜ ସେବୀ ନର୍ମଦା ଚଢା, ଚିଦାମ୍ବିକା ଖଟୁଆ, ମନସ୍ଵିନୀ ଜେନା, ଯୋଗଦାନ କରିଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍ ର ସରିତା ପଟ୍ଟନାୟକ, ବନ୍ଦନା ଦାସ ଗୁପ୍ତା, ଲକ୍ଷ୍ମୀପ୍ରିୟା ମିଶ୍ର,ସୂର୍ଣ୍ଣପ୍ରଭା ନାୟକ ଉପସ୍ଥିତ ଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ।