ଗରଦପୁର,୨୩/୦୭/୨୦୨୬ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଜୟତଳଙ୍ଗ ଗ୍ରାମର ସାମ୍ବାଦିକ ଡ଼କ୍ଟର ଦୀପ୍ତିରଂଜନ କାନୁନଗୋଙ୍କ ବଗିଚାରେ ଫୁଟିଲା ବ୍ରହ୍ମକମଳ । ଗୁରୁବାର ସନ୍ଧ୍ୟାରେ ବ୍ରହ୍ମକମଳ ପୁଷ୍ପ ପ୍ରଷ୍ପୁଟିତ ହେବା ପରେ ପୁଷ୍ପଟିକୁ ଅତ୍ୟନ୍ତ ଭକ୍ତି ସହକାରେ ଶ୍ରୀ କାନୁନଗୋ ଏହି ଦୁର୍ଲଭ ପୁଷ୍ପ କୁ ନେଇ ଓଡ଼ଖଣ୍ଡ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରିଛନ୍ତି ।
ଶ୍ରୀ କାନୁନଗୋଙ୍କ ବଗିଚାରେ ଗତ ବୈଶାଖ ମାସ ରେ ନୃସିଂହ ଜନ୍ମ ଦିନ ଦୁଇଟି ବ୍ରହ୍ମ କମଳ ଫୁଟିଥିଲେ । ସେଦିନ ନୃସିଂହ ଜନ୍ମ ଉତ୍ସବ ଥିବାରୁ ଶ୍ରୀ କାନୁନଗୋ ଉକ୍ତ ପୁଷ୍ପ ଦୁଇଟିକୁ ନୃସିଂହନାଥ ଙ୍କୁ ସମର୍ପଣ କରିଥିଲେ ।
ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ହେଲା ଦୁର୍ଲଭ ପୁଷ୍ପ ବ୍ରହ୍ମକମଳ
