ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

ବାଲିଗୁଡ଼ା,୨୫/୧୦/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର ପକ୍ଷରୁ ସୁଡ୍ରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲିଗୁଡ଼ା ବ୍ଲକ ର ଛଅଟି ପଞ୍ଚାୟତ ଖମନଖୋଲ, ଲଣ୍ଡାଗାଁ, ସୁଡ୍ରା, ବାରଖମା, ରେବିଙ୍ଗିଆ ଓ ସଲାଗୁଡା ପଞ୍ଚାୟତ ର ୨୬୧ ଜଣ ଭିନ୍ନକ୍ଷମ ମାନେ ଯୋଗ ଦେଇ ବିଭିନ୍ନ ବିଭାଗରେ ଥିବା ଡ଼ାକ୍ତର ମାନଙ୍କ ସହ ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିଥିଲେ।

ଏଥିରେ କିଛି ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ପ୍ରଦାନ ସହ ଦୁଇଜଣଙ୍କୁ ହୁଇଲ ଚେୟାର ଓ ଆଶା ବାଡି ପ୍ରଦାନ କରାଯାଇଥିଲା। ଏହି ଶିବିରରେ କନ୍ଧମାଳ ଜିଲ୍ଲା ମଙ୍ଗଳ ସମାଜ ସୁରକ୍ଷା ବିଭାଗ ଅଧିକାରୀ,  ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବାଲିଗୁଡ଼ା ବ୍ଲକ ପ୍ରଶାସନ ଓ ସମସ୍ତ ଅଧିକାରୀ ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *