ଆଦର୍ଶ ପାଠାଗାରର ନିଆରା କାର୍ଯ୍ୟକ୍ରମ

ରାଉରକେଲା,୨୩/୧୧/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)- ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଚଳିତ ଥର ନିଆରା ଢଙ୍ଗରେ ପାଳନ କରାଯାଇଛି। ସାହିତ୍ୟ ଆସରର କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅତିଥି ଭାବେ ଯୋଗଦେଇ ଗୁରୁପ୍ରସାଦ ମହାନ୍ତିଙ୍କ କବିତା ଗୁଡିକୁ ସଂଯୋଜନା ଓ ନିଜସ୍ବ ଶୈଳୀରେ ପାଠ କରିଥିଲେ। ରାଉରକେଲା କଲେଜର ଛାତ୍ରୀ ଅପର୍ଣ୍ଣା ପାହାରୀ ଓ ମ୍ୟୁନିସିପାଲ କଲେଜର ଛାତ୍ର ଦୀପକ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ଼ଃ ସୁଷମା ମୋଦୀ ସଭାପତିତ୍ବ କରିଥିଲେ। ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ରାଉରକେଲା କଲେଜ, ମ୍ୟୁନିସିପାଲ କଲେଜ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ନୀଳଶୈଳ ମହାବିଦ୍ୟାଳୟ,ସୁଶିଳାବତୀ ସରକାରୀ ମହାବିଦ୍ୟାଳୟ,ସୁଶିଳବତୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସର୍ବଶ୍ରୀ ସୈ।ମ୍ୟରଞ୍ଜନ ମହାନ୍ତି, ସୋନାଲି ମହାନନ୍ଦ, ଲିପ୍ସା ବଳିଆର ସିଂ, ନୀଳ ଜ୍ୟୋତି ବେହେରା, ପ୍ରିୟଙ୍କା ପଲାଇ, କରୁଣାକର ପାଟ୍ଟଶାଣୀ, ଧରିତ୍ରୀ ପାଇକରାୟ, ଅପର୍ଣ୍ଣା ପାହାରୀ, ଦୁଷ୍ମନ୍ତ ଦୀପ୍,ଦୀପକ କୁମାର ସାହୁ ପ୍ରମୁଖ କବିତା ପାଠ କରିଥିଲେ। ଅଧ୍ୟାପକ ଜ୍ଞାନରଞ୍ଜନ ତ୍ରିପାଠୀ ଗଳ୍ପ ପାଠ କରିଥିଲେ। ପ୍ରାରମ୍ଭରେ ପାଠାଗାରର ଉପସଭାପତି ଡ ସନାତନ ପ୍ରଧାନଙ୍କ ଆବାହକତ୍ଵ, ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଅଧ୍ୟାପିକା ପ୍ରିୟଙ୍କା ପଲେଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସଂକ୍ରାନ୍ତି ଓ ସଂସ୍କୃତିର ମହାକବି ବଳରାମ ଦାସ ଙ୍କ ସମ୍ପର୍କରେ ମାର୍ମିକ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଅଶୋକ କୁମାର ବଳ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟରୁ ମହାଶ୍ବେତା ସାହୁ, ମୋନାଲିସା ବେହେରା,ଆରସୀ ସେନାପତି, ଅଜିତ କୁମାର ଗୈାଡ,ପ୍ରିତମ ମହାନ୍ତି, କୈଳାସ ଚନ୍ଦ୍ର ମାହାଳ, ମାନସୀ ମହାନ୍ତି,ସିମରନ ମହାପାତ୍ର,ଡ଼ ସୁଶାନ୍ତ କୁମାର କିସାନ, ଜୟରାମ କର୍ଣ୍ଣ, ସୈାମ୍ୟ ଲାକ୍ରା, ରୋହିତ ବେବର୍ତ୍ତା,ବିକି ନାଗ, ମଙ୍ଗଲ ସିଂ ମୁଣ୍ଡାରୀ, ଜ୍ୟୋସ୍ନା ଏକ୍କା, କରିସ୍ମା ନାୟକ,ଆନିମା ମୁଣ୍ଡା, ପୂଜା ବେହେରା,ଅଞ୍ଜେନା ଓରାମ,ଶ୍ରୀୟା ବାଗ, ଲିଜା କିସାନ, ସୁଜାତା ବାରା,ବିରାସମୁନି ସିଂ, ସତ୍ୟନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ପାଠାଗାର ର ସର୍ବଶ୍ରୀ ଅଭୟ କୁମାର ଦାସ, ରାଧାକାନ୍ତ ମିଶ୍ର, ପ୍ରଦୀପ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ବୀଣାପାଣି ରଥ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ନଗେନ ଦାସ, ତାରିଣୀ ଚରଣ ସାହୁ,ଡା ବସନ୍ତ ଦାସ,ଡା କୃପାସିନ୍ଧୁ ନାୟକ,ଡ ଜୟନ୍ତୀ ପାଢ଼ୀ, ସଞ୍ଜୀବ ଭୋଇ, ଅକ୍ଷୟ ସାମଲ, ସୁକାନ୍ତ ମହାପାତ୍ର, ପ୍ରଳୟ ଶତପଥୀ,ଟୁକୁଲା ପାଢ଼ୀ, ମନୋଜ କୁମାର ପଣ୍ଡା, ଜୟଶ୍ରୀ ଦାସ, ଅଶୋକ ରାଉତ, ବ୍ରଜେନ୍ଦ୍ର ଦାଶ, ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *