ନିରାକାରପୁର,୧୬/୦୧/୨୦୨୪ (ଓଡ଼ିଶା ସମାଚାର)-ମଳିପଡ଼ାସ୍ଥ କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମିହିର ଚନ୍ଦ୍ର ମହାପାତ୍ର ଉଦଘାଟନ କରି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷାର ଆବଶ୍ୱକତା ସମ୍ବନ୍ଧରେ ବୁଝାଇଥିଲେ । କ୍ରୀଡାଶିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୮ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବ । ଏହି ଉଦଘାଟନୀ ସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ । ପ୍ରଶିକ୍ଷିକା ସ୍ଵାଗତିକା ବଳବନ୍ତରାୟ ଛାତ୍ରୀମାନଙ୍କୁ ଆତ୍ମ ରକ୍ଷକ୍ଷ କୌଶଳ ପ୍ରଦାନ କରିବେ । ଅଧ୍ୟାପକ ଶ୍ରୀ ପ୍ରାଣେଶ୍ୱର ଜୟସିଂହ ସଭା ପରିଚାଳନା କରିଥିଲେ ।
ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ
