ଯାଜପୁର ୦୭/୧୨/୨୦୨୪ (ଓଡ଼ିଶା ସମାଚାର)-ଶ୍ରୀବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନଳିନୀପ୍ରଭା ଦାସଙ୍କ ସଭାପତିତ୍ୱରେ ଯାଜପୁର ଜ଼ିଲ୍ଲା ବିଦ୍ୟାଳୟ ସମୂହ ଜୁନିଅର ରେଡ କ୍ରସ ଷ୍ଟଡି କମ ଟ୍ରେନିଂ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟଅଥିତି ଭାବେ ଜ଼ିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ନିବେଦିତା ପାଣି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତାଭାବେ ରାଜ୍ୟ ସାଧନ କର୍ମୀ ବାମନ ଚରଣ ମହାନ୍ତି, ସମ୍ମାନିତ ଅତିଥିଭାବେ ଜିଲ୍ଲା ସମ୍ପାଦକ ଶମ୍ଭୁନାଥ ଦାଶ, ରେଡକ୍ରସ ଅପିସର ଶଙ୍କର୍ଷଣ ବେହେରା, ବ୍ଲକଶିକ୍ଷାଧିରୀ ସୁବାସ ଚନ୍ଦ୍ର ବିଶ୍ୱାଳ, ପରିଚାଳନା କମିଟି ସଭାପତି ଦିଲୀପ କୁମାର ରାଉଳ, କ୍ରୀଡାବିତ ମଧୁସୂଦନ ଧଳ,ରାଜ୍ୟ ସାଧନ କର୍ମୀ ତ୍ରିଲୋଚନ ଯେନା ,ରାଜେନ୍ଦ୍ର କୁମାର ଦାସ ,ଯୋଗଦାନ କରି କନିଷ୍ଠ ରେଡ୍ କ୍ରସ୍ ର ଜନକ ହେନେରି ଡୁନାଣ୍ଟ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ପ୍ରଥମ ଦିନରେ ପ୍ରାଥମିକ ଚିକିତ୍ସା, ରକ୍ତଦାନ, ଶୁଷମଖାଦ୍ୟ ଉପରେ ଆଲୋଚନା କରାଯାଇଥିଲା। ଦିତୀୟ ଦିବସରେ ଯୋଗ, ଶାରୀରିକ ଶିକ୍ଷା, ଏଡସ ସଚେତନ, ଅଗ୍ନିନିରେପେକ୍ଷ, ଟ୍ରାଫିକ୍ ନିୟମ ବିଷୟରେ ଧାରଣା ଦିଆଯାଇଥିଲା। ସମସ୍ତ ବ୍ଲକ ରୁ ସମସ୍ତ ବ୍ଲକ ଶିକ୍ଷାଧିକାରୀ ଏବଂ ନୋଡାଲ ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ। । ଦୁଇଦିନ ଧରି ଚାଲିଥିବା ଷ୍ଟଡି କମ ଟ୍ରେନିଙ୍ଗ କ୍ୟାମ୍ପ ରେ ସଂଗୀତା,ଓଡ଼ିଆ ରଚନା, ଇଂରାଜୀ ରଚନା,ଡ୍ରଇଂ,ସାଧାରଣଜ୍ଞାନ,ନାଚ,ଡ୍ରାମା ପ୍ରତିଯୋଗିତା ମାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ କନିଷ୍ଠ ରେଡ୍ କ୍ରାସ ସମ୍ପାଦକ ଶମ୍ଭୁନାଥ ଦାଶ, ବରୁଣେଶ୍ବର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଜୋଜକ ଶ୍ରୀଯୁକ୍ତ ବିଦ୍ୟାସାଗର ବେହେରା, ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟର ବସନ୍ତ କୁମାର ମହାପାତ୍ର, ଗୀତା ମହାନ୍ତି, ବିଜୟ କୁମାର ପଟ୍ଟନାୟକ, ଶିବବ୍ରତ ପାଣି ,ଶ୍ରଦ୍ଧାଞ୍ଜଳି ସ୍ବାଇଁ,ନିରଞ୍ଜନ ଶତପଥୀ,ଦୀପ୍ତିମୟୀ ଲେଙ୍କା, ଜନକ କୁମାର ସାହୁ, ସୁବାସ ଚନ୍ଦ୍ର ବାରିକ, ବିକାଶ ଚନ୍ଦ୍ର ସାହୁ, ଧରମାନନ୍ଦ ସାହୁ, ଶୈଳଜା କୁମାର ବାରିକ, ଇନ୍ଦ୍ରଜିତ ପୂଜାରୀ, ଖଗେଶ୍ବର ଯେନା, ସୀପନ କୁମାର ବେହେରା, ଗାୟତ୍ରୀ ସାହୁ, ପ୍ରିୟରଞ୍ଜନ ବେହେରା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର୧୦ ବ୍ଲକରୁ ୯୪୫ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ।