ରାମେଶ୍ବରରେ ମହାବୀର ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ବାୟୋଫ୍ଲକ୍ ମତ୍ସ୍ୟ ଚାଷ

                                      ପରିଦର୍ଶନ କଲେ ଏଡିଓ : ବୋରୱେଲ ପାଇଁ ଦେଲେ ପ୍ରତିଶ୍ରୁତି

ନିରାକାରପୁର,୧୬ /୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ପଞ୍ଚାୟତ ବଳରାମପୁର ମହାବୀର ସ୍ଵଂୟ ସହାୟକ ମହିଳା ଗୋଷ୍ଟୀ ଙ୍କ ଦ୍ଵାରା ଜୈବ୍ୟପୁଞ୍ଜ ପ୍ରଣାଳୀରେ ମତ୍ସ୍ୟ ଚାଷ ଓ ଉତ୍ପାଦନ କେନ୍ଦ୍ର କୁ ଆଜି ଏଡିଓ   ପ୍ରସନ୍ନ କୁମାର ମହାନ୍ତି  ଆସି କେନ୍ଦ୍ରକୁ ପରିଦର୍ଶନ କରି  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି।  ଏହି କେନ୍ଦ୍ରରେ ମାଛ ଚାଷ ପାଇଁ ପରିଷ୍କାର ପାଣିର ଆବଶ୍ୟକ ଥିଲା। ତେଣୁ ବାରମ୍ବାର  ଏକ ବୋରୱେଲ ପାଇଁ ଅନୁରୋଧ ପରେ ଆଜି  ଏଡ଼ିଓ ଆସି ଏଠାରେ ଏକ ବୋରୱେଲ ଖନନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏହି ସମୟରେ  ମହିଳା ମହାବୀର ସ୍ଵଂୟ ସହାୟକ ଗୋଷ୍ଠୀ ସଭାପତି ପ୍ରଭାତୀ ସେଠୀ ଓ ସମ୍ପାଦକ ରଞ୍ଜନା ସେଠୀ , ସଦସ୍ୟ ନିର୍ମଳା ସେଠୀ, କମଳା ସେଠୀ, ବବିନା ସେଠୀ, ସସ୍ମିତା ସେଠୀ, ଗୀତାଞ୍ଜଳି ସେଠୀ, ପବନି ସେଠୀ, ମାଳତୀ ସେଠୀ ଓ ସଚି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *